Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ।

ରେଡ୍ ରେ ୬ ଡିଏସପି, ୩ ଇନ୍ସପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି। ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ଫ୍ଲାଟ, ଭୁବନେଶ୍ବର ରୁଦ୍ରପୁରସ୍ଥିତ ଫ୍ଲାଟ, ବାଲେଶ୍ବର କୁରୁଡାସ୍ଥିତ ଘର, ବାଲେଶ୍ବର ସୋରସ୍ଥିତ ପୈତୃକ ଘର, ବାଲେଶ୍ବର ରେମୁଣାସ୍ଥିତ ଅଫିସ ଚାମ୍ବର, ବାଲେଶ୍ବରରେ ରହୁଥିବା ଘର, ଭୁବନେଶ୍ବର ଡୁମଡୁମାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି।

 

Comments are closed.