ଭୁବନେଶ୍ବର: ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃୟାରୀ ୧୨ ତାରିଖ ଅର୍ଥାତ୍ ଗତକାଲି (ବୁଧବାର ଦିନ) ପଡୁଛି ଓ ଏହିଦିନ ମଧ୍ୟ କୁମ୍ଭ ସଂକ୍ରାନ୍ତି ପଡୁଛି । ସନାତନ ଧର୍ମରେ ପୂର୍ଣ୍ଣିମାରେ ସ୍ନାନ, ଦାନର ମହତ୍ତ୍ବ ରହିଛି । ଧାର୍ମିକ ମାସ ମାଘ ମାସରେ ଏହାର ଗୁରୁତ୍ବ ବଢିଯାଏ । ‘ମାଘ ପୂର୍ଣ୍ଣିମା’ହେଉଛି ମାଘ ମାସର ଅନ୍ତିମ ଦିନ । ମାଘ ପୂର୍ଣ୍ଣିମା ଦିନ ତୀର୍ଥଯାତ୍ରୀ ନଦୀରେ ସ୍ନାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଦାନ, ଜପ ତପ କରିବା ଦ୍ବାରା ଶୁଭଫଳ ମିଳିଥାଏ ।
ପୌରାଣିକ କଥାନୁସାରେ, ମାଘ ମାସରେ ଦେବତାମାନେ ଧରାପୃଷ୍ଠକୁ ଆସିଥାନ୍ତି । ମନୁଷ୍ୟ ରୂପ ଧରି ପ୍ରୟାଗରେ ସ୍ନାନ, ଦାନ ଓ ଜପ କରନ୍ତି । ସେଥିପାଇଁ ଏହି ସମୟରେ ଗଙ୍ଗା ସ୍ନାନ , କଳ୍ପବାସର ମହତ୍ତ୍ବ ରହିଛି । ପୂର୍ଣ୍ଣିମାରେ ବୁଡ ଦେବା ଦ୍ବାରା ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ଏଥିସହ ମୋକ୍ଷ ମଧ୍ମିୟ ଳେ । ଏହି ଦିନ ଅଶ୍ବତ୍ଥ ବୃକ୍ଷ ପୂଜାର ବି ମାହାତ୍ମା ରହିଛି । ସଞ୍ଜବେଳେ ଏହି ବୃକ୍ଷର ପୂଜା କଲେ ଧନଲାଭ ଯୋଗ ସହ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
ସେହିପରି ସୂର୍ଯ୍ୟ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ପ୍ରବେଶ କରିବାକୁ କୁମ୍ଭ ସଂକ୍ରାନ୍ତି କୁହାଯାଏ । ଏହି ସଂକ୍ରାନ୍ତିରେ ଦାନର ବିଶେଷ ଗୁରୁତ୍ବ ରହିଛି । ଏହା ଦ୍ବାରା ମୋକ୍ଷ ମିଳିଥାଏ ।
-ଏହି ଦିନ ରାଶି ଦାନ କଲେ ସୂର୍ଯ୍ୟ ଦେବଙ୍କ ସହ ଶନି ଦେବଙ୍କ କୃପା ମିଳେ ।
-କୁମ୍ଭ ସଂକ୍ରାନ୍ତିରେ ଗୁଡ ଦାନ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳେ ।
-ଏହି ଦିନ ଗରିବଙ୍କୁ ଅନ୍ନ ଦାନ କଲେ ମା’ଲକ୍ଷ୍ମୀଙ୍କ କୃପାମିଳେ ଓ ଦରିଦ୍ରତା ଦୂର ହୁଏ ।
-ତମ୍ବାକୁ ସୂର୍ଯ୍ୟଙ୍କ ଧାତୁ ବୋଲି କୁହାଯାଏ । ତମ୍ବା ପାତ୍ରରେ ନାଲି ଫୁଲ, ସିନ୍ଦୂର, ଅକ୍ଷତ, ଗୁଡ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ମାନସମ୍ମାନ ମିଳେ ଓ ଆରୋଗ୍ୟ ପ୍ରାପ୍ତି ହୁଏ ।
-ସୂର୍ଯ୍ୟଦେବଙ୍କ ପ୍ରିୟ ରଙ୍ଗ ନାଲି । ଏହି ଦିନ ଲାଲବସ୍ତ୍ର ଦାନ କଲେ କୁଣ୍ଡଳରେ ଥିବା ମଙ୍ଗଳ ଦୋଷ ଦୂର ହୋଇଥାଏ ।
Comments are closed.