Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ସୁରକ୍ଷା ସମୀକ୍ଷା; ଚୂଡ଼ାନ୍ତ ହେଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ମହାଶିବରାତ୍ରୀ ଉତ୍ସବରେ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ମହାଦୀପ ରାତି ୧୦ଟା ରେ ଉଠିବ । ଏନେଇ ସୋମବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଆଇନ ମନ୍ତ୍ରୀ ପୃଥ୍ବୀ ରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ଏହି ନିଷ୍ପତି ନିଆଯାଇଛି ।

ଚଳିତ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ଆନନ୍ଦ, ଉଲ୍ଲାସ, ଭାଇଚାରା, ଶାନ୍ତି, ମୈତ୍ରୀ, ସହ୍ୱାର୍ଦ୍ଧ ପୂର୍ଣ୍ଣ ବାତାବରଣ ଓ ଆଧ୍ୟାତ୍ମିକ ମନୋଭାବ ସହକାରେ ପାଳନ ନିମିତ୍ତ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ୨୬ ରିଖ ମହାଶିବରାତ୍ରୀ ଦିନ ୩ଟା ସମୟରୁ ରାତି ୧୧ଟା ୩୦ମିନିଟ୍ ଏବଂ ରାତି ୧୧ଟା ୩୦ ମିନିଟ୍ ଠାରୁ ପରଦିନ ଭୋର ୫ଟା ୧୫ମିନିଟ୍ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ମଙ୍ଗଳା ଆଳତି ଓ ଅବକାଶ, ସାହାଣ ମେଲା ଦର୍ଶନ, ରୋଷ ହୋମ, ଛାମୁ ପରିସ୍କାର, ମହାସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ, ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ, ଭୋଗ ମଣ୍ଡପ, ସାହାଣ ମେଲା ଦର୍ଶନ, ଛାମୁ ପରିସ୍କାର, ଶ୍ରୀଜିଉଙ୍କ ବେଶ, ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ଶ୍ରୀ ଜିଉଙ୍କ ଅହୁଡା, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ତେରାଫିଟା, ଶ୍ରୀଜିଉଙ୍କ ମାଜଣା ଓ ବେଶ, ଶ୍ରୀଜିଉଙ୍କ ଯାରା ବେଢ଼ା, ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ, ମହାଦୀପ ଦର୍ଶନ, ସାହାଣ ମେଲା ଦର୍ଶନ, ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀଜିଉଙ୍କ ଛାମୁ ପରିସ୍କାର, ଚାରି ପ୍ରହର ପୂଜା, ହରିହର ଭେଟ, ବଡ ସିଂହାର ଓ ପହୁଡ ରୀତିନୀତି ଵିଧି ଅନୁଯାଇ ଅନୁଷ୍ଠିତ ହେବ l

ସେହିପରି ନୁଆ ଚାଂଡୁଆ ଲଗା, ଭାରତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ କାର୍ଯ୍ୟ, ବାରିକେଡ୍ ବ୍ୟବସ୍ଥା, ବିଏମସି ଓ ୱାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସ୍କାଉଟ, ରେଡ଼କ୍ରସ ଓ କଲେଜ ଏନସିସି କ୍ୟାଡେଟ୍ ମାନଙ୍କୁ ସ୍ବେଚ୍ଛାସେବୀ ଭାବେ ସାହାୟତା ଲୋଡିବା, ମନ୍ଦିରର ଏକ କିଲୋମିଟର ପରିଧି ମଧ୍ୟରେ ପୂର୍ତ୍ତ, ଏଏସଆଇ, ପୋଲିସ ପ୍ରଶାସନ ମିଳିତ ତତ୍ୱାବଧାନରେ ଆବଶ୍ୟକ ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l

ସେହିପରି କେବୁଲ୍ ଲାଇନ୍ ଓ ପନେଲା ବୋର୍ଡ ଯେତେ ସମ୍ଭବ କମ ବ୍ୟବହାର ପାଇଁ ବୈଠକରେ ନିଷ୍ପତି ନିଆ ଯାଇଥିଲା l ପୋଲସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜନିତ ନିଯୁକ୍ତ ହେବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ମନ୍ଦିର ସେବାୟତା ଓ ଭିଆଇପି ମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା l ଭୋର ୩ଟା ୩୦ ମିନିଟରୁ ପୂର୍ବାହ୍ନ ୧୧ଟା ଏବଂ ସନ୍ଧ୍ୟା ୬ ଟାରୁ ରାତି ୧୨ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ l ଜୋତା ଷ୍ଟାଣ୍ଡ, ଭକ୍ତ ଶ୍ରଦ୍ଧାଳୁ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ । ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟlବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ l

ବୈଠକରେ ଭୁବନେଶ୍ୱର ଏକ୍ରାମ ମାନ୍ୟବର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା, ସ୍ବେଚ୍ଛାସେବୀ କର୍ମକର୍ତ୍ତା, ତହସିଲଦାର, ବିଭିନ୍ନ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ, ସଦଶ୍ୟ, ମନ୍ଦିର ସେବାୟତ ଯୋଗଦେଥିଲେ ।

Comments are closed.