Latest Odisha News

BREAKING NEWS

ଜିରୋ ଆୟକରଦାତାଙ୍କ କାଟନାହିଁ ରାସନ କାର୍ଡ…ଦାବି କଲେ ବିଧାୟକ

ଭୁବନେଶ୍ବର: ଯେଉଁମାନେ ଜିରୋ ଆୟକର ଦେୁଛନ୍ତି ସେମାନଙ୍କ ରାସନ କାର୍ଡ ନକାଟିବାକୁ ଗୃହରେ ଦାବି ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଏନେଇ ବିଧାୟକ କହିଛନ୍ତି, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର ତିଆରି, ଝିଅ ବାହାଘର ପାଇଁ ଲୋନ କରିବାକୁ ଅନେକ ବ୍ୟକ୍ତି ଜିରୋ ରିଟର୍ଣ୍ଣରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି । ତେଣୁ ସବୁ ବ୍ଲକକୁ ନିର୍ଦ୍ଦେଶ ଦିଆଯାଉ, ଯେଉଁମାନେ ଜିରୋ ରିଟର୍ଣ୍ଣ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି, ସେମାନଙ୍କର ରାସନ କାର୍ଡ କଟାନଯାଉ । ଯେଉଁମାନେ ଅଧିକ ଆୟ କରି ଅଧିକ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି , କେବଳ ସେମାନଙ୍କର ନାଁ ରାସନ୍ କାର୍ଡରୁ ବାଦ ଦିଆଯାଉ ବୋଲି ଦାବି କରଇଛନ୍ତି ଗଣେଶ୍ବର ।

ତେବେ କହିରଖୁଛୁ, ଗତକାଲି ଗୃହରେ ମନ୍ତ୍ରୀ ରାସନ କାର୍ଡ ନେଇ ତଥ୍ୟ ଦେଇ କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି ଅପଡେଟ୍ କରାଇଛନ୍ତି ।

ଏତିସହିତ ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହିତାଧିକାରୀ ଥିଲେ । ସେହିପରି ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର ୭୯୯, ରାୟଗଡାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ହିତାଧିକାରୀ ରହିଥିଲେ ।  ତେବେ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତଙ୍କୁ ବଦ୍ ଦିଆଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିସହିତ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ନେଇଥିବା ଜଣାପଡ଼ିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.