Latest Odisha News

BREAKING NEWS

ଆମେରିକା ପରେ ଭାରତରେ ଖୋଲିଲା ଗୁଗୁଲର ସବୁଠୁ ବଡ ଅଫିସ୍; ରହିଛି ଏହି ସବୁ ସୁବିଧା

ବେଙ୍ଗାଲୁରୁ: ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗୁଲ୍ ଭାରତରେ ତାର ଏକ ନୂଆ ଅଫିସ୍ ଖୋଲିଛି । ଏହି ଅଫିସ୍ ବୁଧବାର ଦିନ ଉଦଘାଟନ କରାଯାଇଥିଲା । ଗୁଗୁଲ୍ ଏହି ଅଫିସର ନାମ ‘ଅନନ୍ତା’ ରଖିଛି । ଏହି ନୂଆ ଅଫିସ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅବସ୍ଥିତ । ଆମେରିକା ପରେ ଗୁଗୁଲର ଏହା ପ୍ରଥମ ବୃହତ୍ତମ ଅଫିସ୍ । ତେବେ ଆସନ୍ତୁ ଜାଣିବା ଏହି ଅଫିସ୍ ର ବିଶେଷତ୍ୱ ​​କ’ଣ?

ନାମର ଅର୍ଥ କ’ଣ?

ଦେଶର ଆଇଟି କେନ୍ଦ୍ର ହୋଇଥିବାରୁ, ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲି କୁହାଯାଏ । ବେଙ୍ଗାଲୁରୁର ମହାଦେବପୁରା ଅଞ୍ଚଳରେ ଗୁଗୁଲ୍ ଏହାର ନୂଆ କ୍ୟାମ୍ପସ୍ ଖୋଲିଛି । ଆମେରିକା ବ୍ୟତୀତ, ‘ଅନନ୍ତା’ ସାରା ବିଶ୍ୱରେ ଥିବା ସମସ୍ତ ଗୁଗୁଲ୍ କ୍ୟାମ୍ପସ ମଧ୍ୟରୁ ସବୁଠାରୁ ଭବ୍ୟ ଏବଂ ବିଳାସପୂର୍ଣ୍ଣ କ୍ୟାମ୍ପସ ଅଟେ । ଆପଣଙ୍କୁ କହି ରଖୁଛୁ ଯେ ‘ଅନନ୍ତା’ କନ୍ନଡ ଏବଂ ସଂସ୍କୃତ ଭାଷାରୁ ଏକ ଶବ୍ଦ, ଯାହାର ଅର୍ଥ ଅନନ୍ତ ।

କ୍ୟାମ୍ପସର ମହତ୍ତ୍ବ ଗୁଡ଼ିକ

ଏହି ଗୁଗୁଲ୍ କ୍ୟାମ୍ପସ୍ ୧.୬ ନିୟୁତ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ ଏବଂ ଏଥିରେ ୫ ହଜାରରୁ ଅଧିକ କର୍ମଚାରୀ ରହିବାର କ୍ଷମତା ରହିଛି । ଗୁଗୁଲ୍ କହିଛି ଯେ ଏହି କ୍ୟାମ୍ପସ୍ ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ । ଏହି କ୍ୟାମ୍ପସ ବିଶ୍ୱ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଏବଂ ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ସର ଚ୍ୟାଲେଞ୍ଜର ମୁକାବିଲା କରିବାରେ ସହାୟକ ହେବ ।

ପରିବେଶ-ଅନୁକୂଳ ଡିଜାଇନ୍

ଗୁଗୁଲର ଏହି କ୍ୟାମ୍ପସ ମୁଖ୍ୟତଃ ପରିବେଶ ଅନୁକୂଳ । ଏହାକୁ ଏକ ସ୍ୱତନ୍ତ୍ର ଉପାୟରେ ଡିଜାଇନ୍ କରାଯାଇଛି ଯାହା ଦ୍ଵାରା ଏହା ପରିବେଶ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ । ଏହି କ୍ୟାମ୍ପସରେ ରିସାଇକେଲିଂ ଠାରୁ ଆରମ୍ଭ କରି ବର୍ଷାଜଳ ଷ୍ଟକ ରଖିବା ଏବଂ ଶକ୍ତି ସଂରକ୍ଷଣ ପର୍ଯ୍ୟନ୍ତ ସୁବିଧା ରହିଛି ।

ସ୍ମାର୍ଟ ଗ୍ଲାସର ବ୍ୟବହାର

ଏହି ଗୁଗୁଲ୍ ଅଫିସରେ ସ୍ମାର୍ଟ ଗ୍ଲାସ୍ ବ୍ୟବହାର କରାଯାଇଛି । ଗୁଗୁଲ୍ ଏହାର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବାକୁ ଚେଷ୍ଟା କରୁଛି ଯାହା ଦ୍ଵାରା ଇକୋସିଷ୍ଟମରେ ସନ୍ତୁଳନ ରହିବ ଏବଂ ପରିବେଶର ସର୍ବନିମ୍ନ କ୍ଷତି ହେବ ।

ପ୍ରତ୍ୟେକ ମହଲାରେ ଭିନ୍ନ ଭିନ୍ନ ସହର ମାନଚିତ୍ର

ଗୁଗୁଲର ଏହି ନୂତନ କାର୍ଯ୍ୟାଳୟର ଭିତର ଭାଗ ଆଶ୍ଚର୍ଯ୍ୟଜନକ । କର୍ମଚାରୀଙ୍କ ଆରାମକୁ ଧ୍ୟାନରେ ରଖି ଏହାକୁ ଡିଜାଇନ୍ କରାଯାଇଛି । କ୍ୟାମ୍ପସର ପ୍ରତ୍ୟେକ ମହଲା କୌଣସି ସହରର ମାନଚିତ୍ର ପରି ଡିଜାଇନ୍ କରାଯାଇଛି । ସେଠାରେ କର୍ମଚାରୀଙ୍କ ଗତିବିଧି ପାଇଁ ଏକ ରାସ୍ତା ଭଳି ନେଟୱାର୍କ ଦେଖାଯାଉଛି ।

ଓ୍ବାର୍କ ଷ୍ଟେସନ୍, ବୁଥ୍ ଏବଂ କର୍ଣ୍ଣର୍

ବେଙ୍ଗାଲୁରୁରେ ଅବସ୍ଥିତ ଏହି ଗୁଗୁଲ୍ କ୍ୟାମ୍ପସରେ ଓ୍ବାର୍କ ଷ୍ଟେସନ୍ ଗୁଡ଼ିକ ମଧ୍ୟ ରହିଛି । ଏହା ବ୍ୟତୀତ, କର୍ମଚାରୀମାନେ ଶାନ୍ତ ମନ ଏବଂ ସଂପୂର୍ଣ୍ଣ ଧ୍ୟାନ ଦେଇ କାମ କରିପାରିବେ ସେଥିପାଇଁ ଏଠାରେ ଛୋଟ ଛୋଟ ବୁଥ୍ ଏବଂ କର୍ଣ୍ଣର ମଧ୍ୟ ତିଆରି କରାଯାଇଛି ।

ସ୍ପେଶାଲ ମିଟିଂ ପ୍ଲେସ

କ୍ୟାମ୍ପସରେ ଏକ ସ୍ପେଶାଲ ମିଟିଂ ପ୍ଲେସ ମଧ୍ୟ ଅଛି, ଯାହାକୁ ‘ସଭା’ର ନାମ ଦିଆଯାଇଛି । ଏହି ସ୍ଥାନରେ ଟିମ୍ ର ସଦସ୍ୟମାନେ ପରସ୍ପର ସହିତ ଯୋଗାଯୋଗ କରିପାରିବେ । ସେହି ସମୟରେ, ଦୃଷ୍ଟିହୀନ ଲୋକଙ୍କ ପାଇଁ କାର୍ଯ୍ୟାଳୟରେ ଟେକ୍ଟାଇଲ ଫ୍ଲୋରିଂ, ସ୍ପେସାଲ ଫାସିଲିଟି ଏବଂ ବ୍ରେସ୍ ଭଳି ସୁବିଧା ମଧ୍ୟ ଉପଲବ୍ଧ ଅଛି ।

ଲ୍ୟାଣ୍ଡସ୍କେପିଂ ଏବଂ ଜଗିଂ ଟ୍ରାକ୍ ମଧ୍ୟ ଉପଲବ୍ଧ

ବେଙ୍ଗାଲୁରୁକୁ ଦେଶର ଗାର୍ଡନ ସିଟି ମଧ୍ୟ କୁହାଯାଏ । ଏପରି ପରିସ୍ଥିତିରେ, ‘ଅନନ୍ତା’ କ୍ୟାମ୍ପସ ମଧ୍ୟ ଗାର୍ଡେନ୍ ଥିମ୍ ଉପରେ ପ୍ରସ୍ତୁତ କରାଯାଇଛି । ଏଠାରେ ଚାଲିବାଠାରୁ ଆରମ୍ଭ କରି ଲ୍ୟାଣ୍ଡସ୍କେପିଂ ଏବଂ ଜଗିଂ ଟ୍ରାକ ମଧ୍ୟ ଦେଖାଯାଇପାରିବ । ଏହା ଅଫିସ କର୍ମଚାରୀଙ୍କ ଇନଫରମାର୍ଲ ମିଟିଂ ପାଇଁ ଏକ ଭଲ ସ୍ଥାନ ହୋଇପାରିବ ।

Comments are closed.