ଭୁବନେଶ୍ବର:ଆମ ରୋଷେଇଘରେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର ହୋଇଥାଏ । କିନ୍ତୁ ଆଜିକାଲି ଅପମିଶ୍ରଣ ମସଲାକୁ ନେଇ ଖବର ଆସୁଛି । ଯାହାକୁ ନେଇ ସାଧାରଣ ଲୋକ ଚିନ୍ତାରେ ।
ତେବେ କିଛି ଉପାୟ ରହିଛି ଯାହାଦ୍ବାରା ଘରକୁ ଯେଉଁ ମସଲା କିଣିକି ଆଣୁଛୁ ତାହା ଅସଲି ନା ନକଲି ଜାଣି ପାରିବେ ।
ଆଜିକାଲି ଜିରାରେ କଲର୍ କୋଟିଙ୍ଗ୍ କରି ବ୍ୟବସାୟୀ ବିକ୍ରି କରିଦେଉଛନ୍ତି । ତେଣୁ ଘରକୁ ଜିରା ଆଣିଲା ପରେ ହାତରେ ଟିକେ ଜିରା ନେଇ ତାହାକୁ ରଗଡି ଦେବେ । ହାତରେ ରଙ୍ଗ ଲାଗିଗଲେ ଜାଣିବେ ଜିରାରେ ଅପମିଶ୍ରଣ ହୋଇଛି ।
ସେହିପରି ଲଙ୍କାଗୁଣ୍ଡର ଶୁଦ୍ଧତା ଯାଞ୍ଚ୍ କରିବାକୁ ପ୍ରଥମେ ଗ୍ଲାସ୍ ପାଣିରେ ଲଙ୍କା ଗୁଣ୍ଡ ପକାନ୍ତୁ । ପାଣି ଉପରେ ଗୁଣ୍ଡ ଭାସିଲେ ଏହା ଅଶୁଦ୍ଧ ବୋଲି ଜାଣିବେ । ପାଣି ଭିତରେ ଗୋଳେଇ ହେଇ ଗଲେ ଶୁଦ୍ଧ ବୋଲି ଜାଣିବେ ।
ହଳଦୀର ଶୁଦ୍ଧତା ଜାଣିବାକୁ ଗୋଟିଏ ଗ୍ଲାସ୍ ପାଣିରେ ହଳଦୀ ଗୁଣ୍ଡ ଟିକେ ପକାନ୍ତୁ । ଯଦି ଧିରେ ଧିରେ ପାଣି ହଳଦିଆ ରଙ୍ଗ ହୋଇ ଗୁଣ୍ଡ ତଳକୁ ଯିବ ଜାଣିବେ ଏହା ଅସଲି ହଳଦୀ ଗୁଣ୍ଡ । କିନ୍ତୁ ଗ୍ଲୁକୋଜ୍ ଭଳି ତୁରନ୍ତ ପାଣିରେ ଗୋଳେଇ ହୋଇଗଲେ ଜାଣିବେ ଏହା ଅପମିଶ୍ରିତ ହଳଦୀ । ଏଥିସହ ଶୁଦ୍ଧ ହଳଦୀ ଗୁଣ୍ଡ ବାସ୍ନାରୁ ଜାଣି ପାରିବେ । ହଳଦୀ ଗୁଣ୍ଡରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାନ୍ତୁ । ଗୁଣ୍ଡ ଯଦି ଗୋଲାପୀ , ବାଇଗଣୀ କିମ୍ବା ନୀଳ ରଙ୍ଗ ହେବ ଜାଣିବେ ଏହା ନକଲି ।
ଧନିଆଁର କ୍ୱାଣ୍ଟିଟି ବଢାଇବା ପାଇଁ କିଛି ଅସାମାଜିକ ଲୋକ ଗହମରୁ ବାହାରୁଥିବା ଖଦଡ଼ ଏବଂ କୃତ୍ରିମ ଘାସକୁ ମିଶାଇ ଦେଇଥାନ୍ତି । ତେବେ ଅପମିଶ୍ରଣ ହୋଇଛି କି ନାହିଁ ଜାଣିବାକୁ ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ ଧନିଆ ଗୁଣ୍ଡ ପକାଇ ଅଧଘଣ୍ଟା ପାଇଁ ଛାଡ଼ିଦିଅନ୍ତୁ । ଯଦି ଧନିଆଁ ଗୁଣ୍ଡ ଉପରେ ଭାସିଲା ଜାଣିବେ ନକଲି ଓ ପାଣିରେ ଗୋଳେଇ ହୋଇଗଲେ ଜାଣିବେ ଅସଲି । ଏଥିସହ ଧନିଆଁରେ ସେତେ ଭଲ ବାସ୍ନା ଆସୁନଥିବ ଜାଣିବେ ଏହା ନକଲି ।
ଏଥିସହ କେସରକୁ ଭାଙ୍ଗି ଏହାର ଶୁଦ୍ଧତା ଜାଣିପାରିବେ । ଅସଲି କେସର କେବେ ଶୀଘ୍ର ଭାଙ୍ଗିବ ନାହିଁ । ପାଣିରେ ପକାଇଲା ପରେ ସମ୍ପୁର୍ଣ୍ଣ ନମିଳିଲା ପର୍ଯ୍ୟନ୍ତ ରଙ୍ଗ ଛାଡେ ।
Comments are closed.