Latest Odisha News

BREAKING NEWS

ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରଟିସି ବସ୍‌: ୨୦ ଆହତ

ବଣାଇ: ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରସିଟି ବସ୍‌। ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଓଏସଆରଟି ଜଗନ୍ନାଥ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ବେଳେ ଏଥିରେ ୫୫ଜଣ ଯାତ୍ରୀ ଥିଲେ। ଗତକାଲି ରାତି ପ୍ରାୟ ୧୨ଟା୩୦ ସମୟରେ ମୁଚରନାଳୀ ଗାଁ ନିକଟରେ ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବସଟି ଭାରସାମନ୍ୟ ହରାଇ ରାସ୍ତାକୁ ଓଲଟିପଡ଼ିଥିଲା। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି।

ପୋଲିସ ଘଟଣାସ୍ଥଳରେ ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି । ଆହତ ଯାତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ଏବଂ ପୁରୀ ଅଭିମୁଖେ ଆସୁଥିଲା ଏହି ବସ୍।‌

Comments are closed.