ଦୁବାଇ: ବ୍ରିଟେନର ଗାୟିକା ଓ ଟିଭି ଷ୍ଟାର ଜସ୍ମିନ ୱାଲିୟାଙ୍କ ସହ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁତା ଏବେ ଚର୍ଚ୍ଚାର କାରଣ ସାଜିଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଜସ୍ମିନ ଆସିଥିଲେ । ଷ୍ଟାଡିୟମରେ ସେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ନେଇ ବେଶ ଉତ୍ସାହିତ ରହୁଥିବା ଦେଖିବାକୁ ମିଳିଥିଲା । ଜସ୍ମିନଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିଲେ ମଧ୍ୟ ତାଙ୍କ ମାତା,ପିତା ଭାରତୀୟ । ଗତ ବର୍ଷ ଅଗଷ୍ଟରୁ ହାର୍ଦ୍ଦିକ ଓ ଜସ୍ମିନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା । ନତାଶାଙ୍କ ସହ ଛାଡପତ୍ର ହେବା ପରେ ହାର୍ଦ୍ଦିକ ତାଙ୍କ ନିକଟତର ହେଉଥିବା ଅନୂଭବ କରାଯାଉଛି । ଜସ୍ମିନ ହିନ୍ଦୀ, ପଞ୍ଜାବୀ ଓ ଇଂରାଜୀରେ ଅନେକ ଗୀତ ଗାଇଛନ୍ତି ।
ଜ୍ୟାକ ନାଇଟଙ୍କ ସହ ବମ ଡିଗୀ ଗୀତ ତାଙ୍କୁ ବେଶ ଚର୍ଚ୍ଚିତ କରାଇଥିଲା । ଏହି ଗୀତରେ କାର୍ତିକ ଆର୍ଯ୍ୟନ ମଧ୍ୟ ଅଭିନୟ କରିଥିଲେ । ୨୦୧୪ରେ ସେ ଦି ଏକ୍ସ ଫ୍ୟାକ୍ଟର ପାଇଁ ଅଡିଶନ ଦେଇଥିଲେ ତେବେ ମନୋନୀତ ହୋଇପାରି ନ ଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ୨ଟି ୱିକେଟ ନେଇ ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ବିରାଟ କୋହଲି ୧୦୦ ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.