Latest Odisha News

BREAKING NEWS

ଆସନ୍ତା ବର୍ଷ ‘ପଠାନ ୨’ର ସୁଟିଂ ଆରମ୍ଭ

ମୁମ୍ବାଇ: ଶାହାରୁଖ ଖାନଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସରେ ୫୪୩.୦୫ କୋଟି ଟଙ୍କା କଲେକ୍ସନ କରିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମ ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ପଠାନ ୨ରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ପୁଣି ଥରେ ମୁଖ୍ୟ ଭୂମିକାରେ ନଜର ଆସିବେ।

୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ପଠାନ ୨ର ସୁଟିଂ ଆରମ୍ଭ ହେବାକୁ ଯାଉଛି କିନ୍ତୁ ସିଦ୍ଧାର୍ଥ ଆନନ୍ଦ ଫିଲ୍ମର ନିର୍ଦ୍ଦେଶନା ଦେବେ ନାହିଁ। ଖବର ଅନୁଯାୟୀ ଆଦିତ୍ୟ ୨୦୨୩ ମସିହାରୁ ପଠାନ୍ ୨ର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି। ତେବେ ପଠାନର ସିକ୍ୱେଲକୁ ଆଗେଇ ନେବା ପାଇଁ ଆଦିତ୍ୟ, ଶ୍ରୀଧର ରାଘବନ ଏବଂ ଆବାସ ଟାୟାରୱାଲାଙ୍କ ସହ ମିଶି ସ୍କ୍ରିପ୍ଟ ତିଆରି କରୁଛନ୍ତି।

ପଠାନ୍ ୨ ପାଇଁ ବର୍ତ୍ତମାନ ନିର୍ଦ୍ଦେଶକ ଖୋଜା ଚାଲିଛି କାରଣ ସିଦ୍ଧାର୍ଥ ଆନନ୍ଦଙ୍କର ଡେଟ୍ ଫିକ୍ସ ହୋଇପାରୁ ନାହିଁ। ଯାହାଫଳରେ ସେ ଏହି ସିକ୍ୱେଲରେ ନିର୍ଦ୍ଦେଶନା ଦେଇପାରିବେ ନାହିଁ। ଏବେ ଆଦିତ୍ୟ ଚୋପ୍ରା ଶାହରୁଖ ଖାନଙ୍କ ଏହି ପରବର୍ତ୍ତୀ ଜାସୁସ୍ ମିଶନର ନିର୍ଦ୍ଦେଶନା ପାଇଁ ଏକ ନୂଆ ଭିଜନ ପଛରେ ରହିଛନ୍ତି।

Comments are closed.