ଭୁବନେଶ୍ୱର: ସୈନିକ ସ୍କୁଲ ସ୍ଥାନାନ୍ତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଙ୍ଘ, ଗାଡ଼କଣ ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଗୁରୁତ୍ୱପୂର୍ଣ ବୈଠକ ହୋଇଛି।
ଭୁବନେଶ୍ୱର ଗାଡ଼କଣ ଠାରେ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ଭାବେ ୧୯୬୨ ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ସୈନିକ ସ୍କୁଲ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବା ଅନେକ ବରିଷ୍ଠ ସେନାଧିକାରୀ, ଆଇଏଏସ, ଆଇପିଏସ, ଆଆଏଫଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନ କରୁଛି।
ବର୍ତମାନ ରାସ୍ତା ସମ୍ପ୍ରସାରଣ ଆଳରେ ସରକାର ନେଇଥିବା ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତିକୁ ବାତିଲ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଦାବି କରାଯାଇଛି। ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି। ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ।
ତେବେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀ ତଥା ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତା ସୈନିକ ସ୍କୁଲ ସ୍ଥାନାନ୍ତରଣକୁ ଜୋରଦାର ବିରୋଧ କରିବାକୁ ନିଷ୍ପତି ନେଇଛନ୍ତି। ବୈଠକରେ ଆଗାମୀ କାର୍ଯ୍ୟକ୍ରମକୁ ଜୋରଦାର କରି ପରବର୍ତୀ ପଦକ୍ଷେପ ସଂକ୍ରାନ୍ତରେ ନିଷ୍ପତି ନେବାକୁ ୨୧ ଜଣିଆ ଷ୍ଟିଆରିଙ୍ଗ କମିଟି ଗଠନ ହୋଇଛି l କମିଟି ସଦସ୍ୟ ପୂର୍ବରୁ ଡମପିଙ୍ଗ ୟାର୍ଡ଼ ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଏବେ ଅଂଚଳ ର ଗର୍ବ ଗୌରବ କି ଉଠେଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l
ଗଠିତ କମିଟିର ସଂଯୋଜକ ସୁବ୍ରତ ସାହୁ ଓ ସହ ସଂଯୋଜକ ରଶ୍ମି ରଞ୍ଜନ ପରିଡା ୨୧ ଜଣିଆ କମିଟି ସହଯୋଗରେ ଗାଡ଼କଣ, ରଙ୍ଗାମାଟିଆ ଠାରୁ ଆଚାର୍ଯ୍ୟ ବିହାର, ଭିଏସଏସ ନଗର, ଡମଣା, ବାଣୀବିହାର ଆଦି ଅଞ୍ଚଳବାସୀ ମିଳିତ ଭାବେ ବିରୋଧ କରିବେ। ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ମନୋଜ ଜେନା, ଗଗନ ପଣ୍ଡା,ଶଙ୍କର୍ଷଣ ବାରିକ,ଚିନ୍ତାମଣି ବାରିକ, ଛବି ଜେନା,ଆଶୁତୋଷ ମିଶ୍ର, ସରୋଜ ସାହୁ,ଶୀଧେଶ୍ୱର ନାୟକ,ଲକ୍ଷ୍ମୀ ନନ୍ଦ, ଯୁବରାଜ ସେନାପତି, ସୁଶାନ୍ତ ପାଇକରାୟ,ରିତା ରାଉତରାୟ, ମେଘନା ମିଶ୍ର, ପ୍ରତାପ ସାହୁ, ପ୍ରଦୀପ ସାହୁ ଆଦିଙ୍କୁ ନେଇ ଗଠିତ କମିଟି ଆଗାମୀ ଦିନରେ ଚାପ ପ୍ରୟୋଗ କରିବେ ବୋଲି ବୈଠକରେ ଘୋଷଣା ହୋଇଛି। ଏଥିସହିତ ଅଳିଆ ଗଦା ଉଠେଇବାକୁ ମଧ୍ୟ ଜୋରଦାର ଉଦ୍ୟମ କରାଯିବ।
Comments are closed.