Latest Odisha News

BREAKING NEWS

ଭାଙ୍ଗିଲା ୨୩ ବର୍ଷର ରେକର୍ଡ; ଋଷିକୁଲ୍ୟା ମୁହାଣରେ ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା ।

ତେବେ ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ରାଜ୍ୟରେ ଚଳିତବର୍ଷର ଏହି ଗଣ ଅଣ୍ଡାଦାନ ପ୍ରାୟ ୨୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ।

ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନୁହେଁ ବରଂ କେନ୍ଦ୍ରାପଡ଼ାର ଗହୀରମଥାରେ ହେଉଥିବା ଗଣ ଅଣ୍ଡାଦାନର ରେକର୍ଡକୁ ମଧ୍ୟ ଟପିଛି । ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ପୋଡମପେଟା ବେଳାଭୂମି ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା ।

Comments are closed.