ଭୁବନେଶ୍ବର: ବେଳେବେଳେ ଆମେ ଆମ ସ୍ବପ୍ନରେ ଅଜଣା ବ୍ୟକ୍ତିଙ୍କୁ ଦେଖିଥାଉ । ନିଦରୁ ଉଠିଲା ପରେ ଆମେ ଭାବି ଥାଉ ସେହି ବ୍ୟକ୍ତି କିଏ ଥିଲା । ତେବେ ଜାଣି ରଖନ୍ତୁ, ସ୍ବପ୍ନଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ଭିନ୍ନ ଭିନ୍ନ ସୂଚନା ଦେଇଥାଏ। ଆସନ୍ତୁ ଜାଣିବା ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ କ’ଣ..
-ସ୍ୱପ୍ନରେ କୌଣସି ଅଜଣା ଲୋକ ଆପଣଙ୍କ ପିଛା କରୁଥିବାର ଅର୍ଥ ହେଲା ଆପଣଙ୍କ ଭିତର ଭୟକୁ ଦର୍ଶାଇଥାଏ। ଅର୍ଥାତ୍ ଆପଣ କୌଣସି କଥାର ସମାଧାନ କରି ନ ପାରି ଦ୍ୱନ୍ଦରେ ଅଛନ୍ତି । ତେଣୁ ଏପରି ସ୍ୱପ୍ନ ଆସିଲେ ଆପଣ ନିଜ ଜୀବନରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
– ସେହିପରି ଆପଣ ସ୍ୱପ୍ନରେ ଅଜଣା ଲୋକଙ୍କୁ ଦେଖିଲେ ଏହାର ଅର୍ଥ ହେଉଛି କୌଣସି ବାହ୍ୟ ଶକ୍ତି ଆପଣଙ୍କ ଉପରେ ନଜର ରଖିଛି। ଏହା ସକରାତ୍ମକ ବା ନକରାତ୍ମକ ଶକ୍ତି ହୋଇପାରେ। ସ୍ୱପ୍ନରେ ଭିନ୍ନ ଭିନ୍ନ ସ୍ଥିତିରେ ଦେଖିଥିବା ଅଜଣା ଲୋକଙ୍କ ସ୍ୱପ୍ନ ଭିନ୍ନ କଥା ସଙ୍କେତ କରିଥାଏ।
-ଅଜଣା ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ ଉପହାର ଦେଉଥିବାର ଦେଖିଲେ, ତେବେ ଆପଣ ଖୁସି ହୋଇ ଯାଆନ୍ତୁ। ଏହାର ଅର୍ଥ ହଠାତ୍ ଆପଣଙ୍କୁ ଧନ ଲାଭ ହେବ ଅବା ଖୁସି ଖବର ପ୍ରାପ୍ତ ହୋଇପାରେ।
– ଅଜଣା ମଣିଷ ଆପଣଙ୍କ କବାଟ ବାଡ଼େଇବା ସ୍ୱପ୍ନ ଦେଖୁଛନ୍ତି, ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନ ସକରାତ୍ମକ ବା ନକରାତ୍ମକ ବି ହୋଇପାରେ।
-ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ହେଲା ଆପଣ ଖୁବ୍ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଆହୁରି ମଧ୍ୟ ଏପରି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡକୁ ବି ସଙ୍କେତ କରିଥାଏ ।
Comments are closed.