Latest Odisha News

BREAKING NEWS

ଅଟଲୀଙ୍କ ଫିଲ୍ମରୁ ହଟିବେ ସଲମାନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କା ଆଗାମୀ ଫିଲ୍ମ ପାଇଁ ସଲମାନ ଖାଁଙ୍କ ନାମ ଚୂଡାନ୍ତ କରିଥିଲେ । ଏଥିନେଇ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ମଙ୍ଗଳବାର ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହି ଫିଲ୍ମରୁ ସଲମାନ ହଟିଯାଇଛନ୍ତି । ପିପିଙ୍ଗ ମୁନରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଲମାନଙ୍କ ସ୍ଥାନରେ ଅଟଲୀ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେବା ପାଇଁ ବିଚାର କରୁଛନ୍ତି । ନିର୍ଦ୍ଦେଶକ ସଲମାନ ଏବଂ ରଜନୀକାନ୍ତଙ୍କୁ ନେଇ ଏହି ଫିଲ୍ମ କରିବାକୁ ଚାହୁଁଥିଲେ । ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁ ନ ଥିବାରୁ ଅଟଲୀ ଏହି ନିଷ୍ପତି ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଏବେ ଅଲ୍ଲୁ ଅର୍ଜୁନଙ୍କ ଏଂଟ୍ରି ପରେ ଆଉ ଜଣେ ଅଭିନେତାଙ୍କୁ ଖୋଜା ଚାଲିଛି । ୬୦୦ କୋଟି ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମ ପୂର୍ନଜନ୍ମ କାହାଣୀ ଉପରେ ୍ମ ଆଧାରିତ ବୋଲି ଜଣାପଡିଛି । ଏଥିରେ ୩ଜଣ ଅଭିନେତ୍ରୀ କାମ କରିବେ । ଜାହ୍ନବୀ କାପୁରଙ୍କ ନାମ ଉଠିଥିଲେ ମଧ୍ୟ ଏ ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅପରପକ୍ଷରେ ସଲମାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ରଶ୍ମିକା ମାନ୍ଧାନା, କାଜଲ ଅଗ୍ରୱାଲ, ସତ୍ୟରାଜ ଓ ପ୍ରତୀକ ବାବରଙ୍କ ପରି କଳାକାର ଅଭିନୟ କରୁଛନ୍ତି । ଏଆର ମୁରୁଗଦାସ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.