କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଚାଲିଛି ଦକ୍ଷିଣ ସିନେମାର ସୁଟିଙ୍ଗ । କୋରାପୁଟ ଦେଓମାଳିରେ ଜମିଛି ସାଉଥ୍ ଷ୍ଟାରଙ୍କ ମେଳି । ସିନେ ନିର୍ମାତାଙ୍କ ସାଙ୍ଗକୁ କ୍ରୁ ଆଉ କ୍ର୍ୟୁ ସେଟ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି । ସେପଟେ ସିନେମାର ସୁଟିଙ୍ଗ ପାଇଁ କୋରାପୁଟରେ ପହଞ୍ଚିଛନ୍ତି ସାଉଥ୍ ସୁପରଷ୍ଟାର ମହେଶ ବାବୁ । ସେ ଦେଓମାଳି ଗେଷ୍ଟ୍ ହାଉସରେ ରହିଥିବା ସୂଚନା ମିଳିଛି ।
ତେବେ ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ତାଙ୍କର ଆଗାମୀ ଫିଲ୍ମ ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ମାର୍ଚ୍ଚ ୭ରୁ ଦେଓମାଳିରେ ଆରମ୍ଭ କରିଛନ୍ତି । ସୁଟିଂ କରିବାକୁ କୋରାପୁଟ ଜିଲ୍ଲାର ଦେଓମାଳି ସମେତ ତଳମାଳି, ସେମିଳିଗୁଡ଼ା, ଲମତାପୁଟ ଓ ଜୟପୁର ଭଳି ସ୍ଥାନକୁ ଚୟନ କରାଯାଇଛି ।
ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନଜର ଆସିବେ କୁହାଯାଉଛି, ଅନ୍ୟୁନ ୫୦୦ କୋଟି ଟଙ୍କା ବଜେଟ୍ରେ ଏହି ତେଲୁଗୁ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ ପ୍ରସ୍ତୁତ ହେଉଛି । ଚଳଚ୍ଚିତ୍ରର କାହାଣୀ, ସେନାବାହିନୀ, ବ୍ରିଟିଶ୍ରାଜ ଏବଂ ଆଫ୍ରିକୀୟଙ୍କ ଉପରେ ପର୍ଯ୍ୟବେସିତ ।
ଯାହାକୁ ନେଇ ରାଜମୌଲି ତାଙ୍କ ଟିମଙ୍କ ସହ କୋରାପୁଟରେ ପହଞ୍ଚିଛନ୍ତି । ତେବେ ମହେଶ ବାବୁ କୋରାପୁଟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି କିମ୍ବା ତାପରଦିନ ପ୍ରିୟଙ୍କା କୋରାପୁଟ ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଗତ ମାର୍ଚ୍ଚ ପହିଲାରୁ ଏଠାରେ ସୁଟିଂ ଟିମ୍ ପହଞ୍ଚିଥିବାବେଳେ ୭ ତାରିଖରୁ ସୁଟିଂ ଆରମ୍ଭ ହୋଇଛି । ଯାହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
Comments are closed.