Latest Odisha News

BREAKING NEWS

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ

ବଲାଙ୍ଗିର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ। ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ବଲାଙ୍ଗିର ଟାଉନଥାନା ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ୧୮ଶହ ବୋତଲ କଫ୍‌‌ସିରଫ, ଆମ୍ବୁଲାନ୍ସ ସହ ଗୋଟିଏ ସ୍କୁଟି ପୋଲିସ ଜବତ କରିଛି।

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରାଯାଉଥିବା ଅଭିଯୋଗରେ ବଲାଙ୍ଗିର ପୋଲିସ ଏମଆର୍‌‌ ରାକେଶ ପ୍ରଧାନ ଏବଂ ଆମ୍ବୁଲାନ୍ସ ମାଲିକ ହରିହର ମିଶ୍ର ଗିରଫ କରିଥିବା ସୂଚନା ମିଳିଛି। ତେବେ ଆମ୍ବୁଲାନ୍ସ ଯୋଗେ କେତେ ପରିମାଣର ଗଞ୍ଜେଇ କେଉଁଠିକୁ ଚାଲାଣ ହେଉଥିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.