Latest Odisha News

BREAKING NEWS

ଶୁଭଫଳ ପାଇଁ ଏହି ରଙ୍ଗରେ ହୋଲି ଖେଳନ୍ତୁ..

ଭୁବନେଶ୍ବର:ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ ହୋଲି ପର୍ବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ମଧ୍ୟ ହୁଏ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ବ୍ୟକ୍ତି ବିଶେଷ କେଉଁ ରଙ୍ଗର ହୋଲି ଖେଳିଲେ ଶୁଭ..

ମେଷ ରାଶିର ବ୍ୟକ୍ତିମାନେ ଲାଲ୍‌,ହଳଦିଆ, ଗୋଲାପି, କେସର ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ବୃଷ ରାଶି, ତୁଳା ଓ କର୍କଟ ରାଶିର ବ୍ୟକ୍ତିମାନେ ଧଳା ରଙ୍ଗ । ମିଥୁନ ରାଶି ଓ କନ୍ୟା ରାଶି, କୁମ୍ଭ ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।

ସିଂହ ରାଶିର ବ୍ୟକ୍ତିମାନେ ଲାଲ୍‌ ରଙ୍ଗରେ ହୋଲି ଖେଳିଲେ ଜୀବନରେ ସୁଖସମୃଦ୍ଧି ଆସିବ । ବିଛା ରାଶିର ବ୍ୟକ୍ତି ବିଶେଷ ସିନ୍ଦୁର ରଙ୍ଗର ବ୍ୟବହାର କରନ୍ତୁ ।

ଧନୁ ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଶୁଭ ।

ମକର ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗରେ ହୋଲି ଖେଳିଲେ ସମ୍ପର୍କରେ ମଧୁରତା ଓ ବିଶ୍ୱାସ ମଜବୁତ ହେବ ।

ମୀନ ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିବ ।

Comments are closed.