Latest Odisha News

BREAKING NEWS

ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ; ‘ପ୍ରମେୟ’ର ଜନ୍ମ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ବହୁତ ବେଶି । ଆମ ସମାଜରେ ବହୁତ ଭଲ ଘଟଣା ଘଟୁଛି । ଗଣମାଧ୍ୟମ ଏସବୁ ଖବରକୁ ଭଲ ଭାବେ ପରିବେଷଣ କରିବା ଦରକାର । ଭଲ ଖବର ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଏହି ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ । ତେଣୁ ବୈଦୁୟତିକ ହେଉ କି ଛାପା ଗଣମାଧ୍ୟମ, ସକରାତ୍ମକ ଖବର ଉପରେ ସର୍ବାଧିକ ଗୁରୁତ୍ୱ ଦେଉ ।

“ପ୍ରମେୟ’ ଓ “ନିୟୁଜ ୭’ର ଜନ୍ମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି।

ଆହୁରି ମଧ୍ୟ ନବୀନ କହିଛନ୍ତି, ବର୍ତ୍ତମାନ ହେଉଛି ପରିବର୍ତ୍ତନର ଯୁଗ । ଟେକ୍ନୋଲୋଜି, ଅର୍ଥନୀତି, ସାମାଜିକ ଟ୍ରେଣ୍ଡ, ଜୀବନ ଶୈଳୀ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି । ଏହି ପରିବର୍ତ୍ତନ ସହ ତାଳ ଦେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆଉ ଗଣମାଧ୍ୟମ ହିଁ ଏ କ୍ଷେତ୍ରରେ ସମାଜକୁ ପ୍ରସ୍ତୁତ କରିପାରିବ । ଗଣମାଧ୍ୟମର ଭୂମିକା ଏଥିପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍-୨ ଅଡିଟୋରିୟମରେ ଆଜି ଆୟୋଜିତ ହୋଇଥିଲା “ପ୍ରମେୟ’ ଓ “ନିୟୁଜ-୭’ର ଜନ୍ମ ଉତ୍ସବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।

ଉପସ୍ଥିତ ଥିଲେ ରାଜନେତା, ପ୍ରଶାସକ, ସାହିତିୟକ, କଳାକାର, କ୍ରୀଡ଼ାବିତ୍, ସାମ୍ବାଦିକ ।

ଏହି ଅବସରରେ ବକ୍ତବ୍ୟ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପ୍ରଥମେ “ପ୍ରମେୟ’ ଓ “ନିୟୁଜ-୭’ ପରିବାରକକୁ ଜନ୍ମ ଉତ୍ସବର ବଧେଇ ଜଣାଇଥିଲେ । ଆଗାମୀଦିନ ପାଇଁ “ପ୍ରମେୟ’ ଓ “ନୁୟଜ୍-୭’ର ଉଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ ତଥା ପ୍ରେରଣାଦାୟୀ ବକ୍ତା ଚେତନ ଭଗତ କହିଛନ୍ତି ଯେ,, ଜୀବନରେ ସଫଳତା ପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ିବ । କଷ୍ଟ ସହି ମଧ୍ୟ ଆଗକୁ ବଢ଼ିବାକୁ ହେବ । ବିନା କଷ୍ଟରେ କୌଣସି ସଫଳତା ମିଳେନି । ବଡ଼ ସଫଳତା ପାଇଁ ଅଧିକ ପରିଶ୍ରମ କରିବା ଦରକାର । କେବଳ ସ୍ବପ୍ନ ଦେଖିଲେ ଲକ୍ଷ୍ୟ ପୂରଣ ହେବନି ।

ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଆନୁସଙ୍ଗିକ କାମ କରିବାକୁ ହେବ । ନିଜ ସଫଳତାକୁ ଅନ୍ୟ କାହାରି ସହ ତୁଳନା କରନାହିଁ । ଲକ୍ଷ୍ୟ ପଥରେ ମୋବାଇଲ୍ ଏବେ ବଡ଼ ବାଧକ ସାଜିଛି । ପ୍ରତିଦିନ ଆମେ ଘଣ୍ଟା ଘଣ୍ଟା ମୋବାଇଲ୍ ପଛରେ ନଷ୍ଟ କରୁଛୁ । ଏହି ମୂଲ୍ୟବାନ ସମୟକୁ ନିଜ ଲକ୍ଷ୍ୟ ପୂରଣ ଦିଗରେ ବିନିଯୋଗ କର ।

ସମ୍ମାନିତ ଅତିଥି ପିଆଇବିର ପୂର୍ବତନ ପ୍ରମୁଖ ମହାନିର୍ଦ୍ଧଶେକ ସୀତାଂଶୁ ରଞ୍ଜନ କର କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱରେ ସମ୍ବାଦପତ୍ର ଓ ନୁୟଜ୍ ଚ୍ୟାନେଲ ଗୁଡିକୁ ତିଷ୍ଠି ରହିବା ପାଇଁ ପ୍ରବଳ ସଂଘର୍ଷ କରିବାକୁ ପଡୁଛି ।

‘ପ୍ରମେୟ’ ଓ “ନିୟୁଜ-୭’ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.