Latest Odisha News

BREAKING NEWS

ସୁନସୁନିଆ ଶାଗ ଖାଇଲେ ବଢେ ଦୃଷ୍ଟିଶକ୍ତି !

ଭୁବନେଶ୍ବର:ଓଡିଆ ଲୋକଙ୍କୁ ଶାଗ ଭାରି ପ୍ରିୟ । ଏଥିସହ ଡାକ୍ତର ମଧ୍ୟ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଅତି ସାଧାରଣ ଲାଗୁଥିବା ଛୋଟଛୋଟ ସୁନସୁନିଆ ଶାଗ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ପୋଷକତତ୍ତ୍ବରେ ଭରପୂର ଅଟେ ।

ସୁନସୁନିଆ ଶାଗ ଖାଇଲେ ଶରୀରକୁ ବିଟାମିନ ବି ୧୨ ମିଳେ । ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଫଳରେ ଆମେ ବହୁ ରୋଗରୁ ରକ୍ଷା ପାଇଥାଉ ।

ଆହୁରି ମଧ୍ୟ ସୁନସୁନିଆ ଶାଗ ଖାଇଲେ ଶିଶୁଙ୍କ ସ୍ମରଣ ଶକ୍ତି ଭଲ ରହେ । ତେବେ ସୁନସୁନିଆ ଶାଗକୁ ଦିନରେ ଖାଇବା ଉଚିତ, ରାତିରେ ଖାଇବା ଠିକ୍ ନୁହେଁ ।

ଏହି ଶାଗର ରସ ବାହାର କରି ମହୁ ସହ ମିଶାଇ ଶିଶୁଙ୍କୁ ଖୁଆଇଲେ ତାଙ୍କର ପତଳା ଝାଡା ହେବା ବନ୍ଦ ହୋଇଯାଏ । ଆହୁରି ମଧ୍ୟ ହଜମ ଶକ୍ତି ବଢିଥାଏ ।

ସୁନସୁନିଆ ଶାଗ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଭଲ । କାରଣ ଏହା ସନ୍ତାନକୁ ସ୍ଵସ୍ଥ ରଖିଥାଏ । ଏହି ଶାଗ ଖାଇଲେ ବୟସ୍କଙ୍କ ଦ୍ରୁଷ୍ଟିଶକ୍ତିକୁ ବଢେଇଥାଏ ।

ଆହୁରି ମଧ୍ୟ ସୁନସୁନିଆ ଶାଗ ରସ ବ୍ରଣରେ ଲଗାଇଲେ ବ୍ରଣ ଭଲ ହୋଇଯାଇଥାଏ ଓ ଚେହେରାକୁ ସୁନ୍ଦର କରିଥାଏ ।

Comments are closed.