Latest Odisha News

BREAKING NEWS

ଜନଶୁଣାଣୀ ପୂର୍ବରୁ ଉତ୍ତେଜନା; ସ୍କୁଲବ୍ୟାଗ ବଣ୍ଟନକୁ ବିରୋଧ କଲେ ଗ୍ରାମବାସୀ

ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ୭୧ ହଜାର କୋଟି ଟଙ୍କା ବ୍ୟୟରେ ଜେଏସଡବ୍ଲୁ୍ୟ ଉକôଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଏକ ସ୍ୱତନ୍ତ ବନ୍ଦର ପ୍ରତିଷ୍ଠା ହେବାକୁ ଯୋଜନା ରହିଛି । ଏହି ପ୍ରସ୍ତାବିତ ବନ୍ଦର ମାଧ୍ୟମରେ ଷ୍ଟିଲ, ସିମେଣ୍ଟ, କେପ୍ଟିଭ ପାୱାର ପ୍ଲାଣ୍ଟଏବଂ ଜାହାଜ ପରିବହନ ହେବାର ଯୋଜନା ରହିଛି । ତେବେ ଏହି ବନ୍ଦର ନିର୍ମାଣ ହେବା ପୂର୍ବରୁ ଆସନ୍ତା ୨୦ ତାରିଖରେ ଏହି ପ୍ରକଳ୍ପ ନିମନ୍ତେ ଗଡ଼କୁଜଙ୍ଗଠାରେ ଏକ ଜନଶୁଣାଣୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଜନଶୁଣାଣୀ ପୂର୍ବରୁ କମ୍ପାନୀ ପକ୍ଷରୁ ସ୍କୁଲ ବ୍ୟାଗ୍ ବଣ୍ଟନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚେଷ୍ଟା କରିଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କମ୍ପାନୀ ପକ୍ଷରୁ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସ୍କୁଲ୍ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାଗ୍ ବଣ୍ଟନ କରିବା ପାଇଁ ଯୋଜନା କରିଥିଲେ। ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଜି ଅପରାହ୍ନ ୩,୩୦ ସମୟରେ ଏକ ସ୍କର୍ପିଓ ଗାଡ଼ି ରେ Jsw ଲେଖା ଥିବା ବହୁତ ଗୁଡ଼ିଏ ବ୍ୟାଗ ଯାଉଥିବା ଦେଖି ଗୋବିନ୍ଦପୁର ନିକଟରେ ଅଟକାଇ ଥିଲେ ଗ୍ରାମବାସୀ। ଏପରିକି ଗାଡି ସହିତ ଡ୍ରାଇଭର କୁ ଅଟକ ରଖାଯାଇଥିଲା।

ଘଟଣାସ୍ଥଳରେ ଅଭୟଚାଦପୁର ଥାନା ଆଇଆଇସି ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝା ସୁଝା କରିବା ପରେ ଉକ୍ତ ଗାଡି ଓ ଡ୍ରାଇଭରକୁ ଛାଡିଦେଇଛନ୍ତି। ତେବେ ଜନଶୁଣାଣି ପୂର୍ବରୁ କମ୍ପାନୀର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି।

Leave A Reply

Your email address will not be published.