Latest Odisha News

BREAKING NEWS

ଉନ୍ମୋଚିତ ହେଲା ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’

ଭୁୁବନେଶ୍ୱର: ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’ର  ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ ହୋଇଯାଇଛି ।

ଭୁୁବନେଶ୍ୱରରେ ଉନ୍ମୋଚିତ ହୋଇଥିବା ଏହି ଉନ୍ମୋଚନ ଉତ୍ସବରେ ‘ତୁ ମୋ ଆଶିକି’ ସହ ସମ୍ପୃକ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ।

ଶ୍ରୀହାନ୍ ମ୍ୟୁଜିକର ଉପଦେଷ୍ଟା ବି. ସାରଙ୍ଗଧର ସୁବୁଦ୍ଧି ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’ର ଉନ୍ମୋଚନ କରିବା ସହିତ ଶ୍ରୀହାନ୍  ମ୍ୟୁଜିକର ସଫଳତା କାମନା କରିଥିଲେ ।

ଓଡିଆ ମ୍ୟୁଜିକ୍ ଭିଡିଓ କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ ପରିବର୍ତନ ଆସିଛି ତାହାର ସଦ୍ୟତମ ଉଦାହରଣ ହେଉଛି ‘ତୁ ମୋ ଆଶିକି’ ବୋଲି ପ୍ରକାଶ କରିଥିଲେ।

ଏହି ମ୍ୟୁଜିକ୍ ଭିଡିଓକୁ ପ୍ରସ୍ତୁତ କରିଛନ୍ତି ସଙ୍ଗୀତ କ୍ଷେତ୍ରରେ ନୂଆ କରି ପାଦ ରଖିଥିବା ଶ୍ରୀହାନ୍ ମ୍ୟୁଜିକ୍ । ଚନ୍ଦ୍ରପ୍ରିୟ ସୁବୁଦ୍ଧିଙ୍କ ପ୍ରଯୋଜିତ ‘ତୁ ମୋ ଆଶିକି’ର ସଙ୍ଗୀତ, ଚିତ୍ରନାଟ୍ୟ, ସଂଳାପ, ଚିତ୍ରୋତଳନ ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଆପୁ କାନୁନଗୋ ।

ବିଭୂତି ସ୍ୱାଇଁ ଏହାର ଗୀତରଚନା କରିଥିବା ବେଳେ ସମ୍ପାଦନାରେ ଅଛନ୍ତି ଚନ୍ଦ୍ର ମିଶ୍ର । ଏଥିରେ ଅଭିନୟ କରିଛନ୍ତି ଶୁଭମ୍, ନବାଗତା ନିବେଦିତା, ଆର୍ଜେ ଗୁଡି ଓ ଅନ୍ୟମାନେ । ସ୍ୱୟମ୍ ପାଢୀ ଓ ଲୋପାମୁଦ୍ରାଙ୍କ କଣ୍ଠରେ ରେକର୍ଡ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓଟି ବେଶ୍ ଶ୍ରୁତିମଧୁର ଓ ମନଛୁଆଁ ହୋଇପାରିଛି ।

ସାଧାରଣରେ କୁହାଯାଏ ଯେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ ।  ଜଣେ ନାରୀ କେମିତି ଏକ ସଫଳ ପୁରୁଷଟେ ତିଆରି କରିପାରେ ତାର ନଜିର ରହିଛି ୧୨
ମିନିଟ୍ ଅବଧିର ଏହି ସଙ୍ଗୀତ ଭିତିକ କାହାଣୀରେ ।

ଏହି ଅବସରରେ ଶ୍ରୀହାନ୍ ମ୍ୟୁଜିକ୍ ଆଗକୁ ଭେଟିଦେବାକୁ ଯାଉଥିବା ଓଡିଆ ଚଳଚ୍ଚିତ୍ର ‘ମାମା ଓ୍ବେଡ୍୍ସ ପାପା’ର ବିଧିବଦ୍ଧ ଘୋଷଣା କରାଯାଇଥିଲା । କେବଳ ସେତିକି ନୁହେଁ
ଶ୍ରୀହାନ୍ ମ୍ୟୁଜିକର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଲୋକାର୍ପିତ କରାଯାଇଥିଲା ।

Leave A Reply

Your email address will not be published.