Latest Odisha News

BREAKING NEWS

ଘରେ ଏହିଭଳି ପ୍ରସ୍ତୁତ କରନ୍ତୁ ଅଁଳା ରସ

ଭୁବନେଶ୍ୱର: ଅଅଁଳାରେ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ରହିଥାଏ। ଯାହା ତ୍ବଚା ଓ କେଶ ଉଭୟ ପାଇଁ ଏହା ଖୁବ୍ ଲାଭଦାୟକ। ନିୟମିତ ଅଅଁଳା ରସ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ।

ଏଥିରେ ଏଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅଅଁଳା ରସ ପ୍ରସ୍ତୁତ କରିବାର ସହଜ ଉପାୟ।

ଆବଶ୍ୟକୀୟ ସାମଗ୍ରୀ:

୫ରୁ ୭ଟି ଅଅଁଳା, ଅବଶ୍ୟକୀୟ ଅନୁଯାୟୀ ପାଣି, ଏକ ଛୋଟ ଚାମଚ ମହୁ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଅଁଳାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ପାଣି ସହ ଅଅଁଳା ଖଣ୍ଡକୁ ମିକ୍ସରରେ ଭଲ ଭାବରେ ପେସି ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଏକ ଛଣି ବା କପଡାରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଁଳା ରସ। ଏବେ ଏଥିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ।

Leave A Reply

Your email address will not be published.