ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଅନୁରାଗ ବସୁଙ୍କ ଅନଟାଇଟେଲ୍ଡ ମ୍ୟୁଜିକାଲ ଡ୍ରାମାରେ ସେ ଶ୍ରୀଲୀଲାଙ୍କ ସହ ଅଭିନୟ କରୁଛନ୍ତି । ଶ୍ରୀଲୀଲା ଓ କାର୍ତିକଙ୍କ କେମେଷ୍ଟ୍ରି ଦେଖିବା ପାଇଁ ପ୍ରଶଂସକ ବ୍ୟଗ୍ର ହୋଇ ଉଠିଛନ୍ତି । ତେବେ କାର୍ତିକଙ୍କ ନୂଆ ଲୁକ ପ୍ରଶଂସକଙ୍କୁ ପସନ୍ଦ ଆସିନି । ଲମ୍ବା ବାଳ ଓ ଦାଢ଼ୀ ରଖି କାର୍ତିକ ଦର୍ଶକଙ୍କ ସମ୍ମୁଖକୁ ଆସିବେ । ଜଣେ ୟୁଜର୍ସ ମଜାରେ କହିଛନ୍ତି ଯେ, କାର୍ତିକ କଣ ହିମେଶ ରେଶମିୟାଙ୍କ ବାୟୋପିକରେ ଅଭିନୟ କରୁଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ରଣବୀର ଓ ଅଲ୍ଲୁ ଅର୍ଜୁନଙ୍କ ପରେ ଅଧିକାଂଶ ହୀରୋ ଆନିମଲ ଓ ପୁଷ୍ପା ଲୁକ ଆପଣାଉଛନ୍ତି । ଏହା ଏକ ପ୍ରକାର ନକଲରେ ଯିବ ।
କାର୍ତିକ ଏହି ଲୁକ ଅଶୀକ ୩ ପାଇଁ ଆପଣାଇବା ଅନୁମାନ କରାଯାଉଛି । କେଉଁ କାରଣ ନେଇ ସେ ଏ ଭଳି ଲୁକ ଗ୍ରହଣ କରିଛନ୍ତି ତାହା ଫିଲ୍ମ ନ ଦେଖିଲେ କିପରି ଜାଣିବା । ଏହା କାହାଣୀ ସହିତ ଜଡିତ ଥିବ ବୋଲି ଆଉ ଜଣେ ୟୁଜର୍ସ ଲେଖିଛନ୍ତି । କାର୍ତିକ ଅବଶ୍ୟ ତାଙ୍କ ଫିଲ୍ମ ବାଛିବା ନେଇ ବେଶ ସତର୍କତା ଅବଲମ୍ବନ କରିଥାନ୍ତି । ଏ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଶଂସକଙ୍କୁ ଫିଲ୍ମ ମାଧ୍ୟମରେ ନିରାଶ କରି ନାହାନ୍ତି ।
Comments are closed.