Latest Odisha News

BREAKING NEWS

ଚୈତ୍ର ନବରାତ୍ରୀ: ନଅ ଦିନରେ ୯ରଙ୍ଗର ମହତ୍ତ୍ବ

ଭୁବନେଶ୍ବର: ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ କୁହାଯାଏ । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ବ ରହିଛି । ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି, ଯାହା ୬ଏପ୍ରିଲରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ ଭଗବତୀଙ୍କର ନଅ ସ୍ବରୂପଙ୍କ ପୂଜା କରାଯାଏ । ଯଦି ଏହି ସମୟରେ ପ୍ରତ୍ୟେକ ସ୍ବରୂପଙ୍କ ପ୍ରିୟ ରଙ୍ଗକୁ ପରିଧାନ ଆପଣ କରନ୍ତି, ଏହା ଅତ୍ୟନ୍ତ ଶୁଭଦାୟକ । ଏଥିସହ ମା’ ଦୁର୍ଗା ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଆସନ୍ତୁ ଜାଣିବା  ନବରାତ୍ରୀର କେଉଁ ଦିନ  କେଉଁ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍?

-ନବରାତ୍ରୀର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କ ପୂଜା କରାଯାଏ ଏବଂ ମା’ ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ ହେଲା ହଳଦିଆ । ତେଣୁ ପ୍ରଥମ ଦିନରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ଅଟେ ।

-ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ । ମା’ଙ୍କୁ ସବୁଜ ରଙ୍ଗ ଅତିପ୍ରିୟ । ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ସମୟରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ।

-ମା ଚନ୍ଦ୍ରଘଣ୍ଟାଙ୍କୁ ବାଦାମୀ ରଙ୍ଗ ବହୁତ ପସନ୍ଦ । ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବାବେଳେ ବାଦାମୀ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ଅଟେ ।

-ଚତୁର୍ଥ ଦିନ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ମାତା କୁଷ୍ମାଣ୍ଡାଙ୍କ ପ୍ରିୟ ହେଲା କମଳା ରଙ୍ଗ। ତେଣୁ ଏହି ଦିନ କମଳା ରଙ୍ଗ ବସ୍ତ୍ର ପିନ୍ଧିବା ଉଚିତ୍ ।

-ମାତା ସ୍କନ୍ଦମାତାଙ୍କୁ ନବରାତ୍ରୀର ପଞ୍ଚମ ଦିନରେ ପୂଜା କରାଯାଏ । ମା’ଙ୍କୁ ଧଳା ରଙ୍ଗ ବହୁତ ପ୍ରିୟ । ତେଣୁ ପଞ୍ଚମ ଦିନରେ ଧଳା ରଙ୍ଗର ପୋଷାକ ପିନ୍ଧିବା ଶୁଭ ଅଟେ ।

-ନବରାତ୍ରୀର ଷଷ୍ଠ ଦିନ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ ଏବଂ ଏହି ଦିନ ତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ। ମାତା କାତ୍ୟାୟନୀଙ୍କୁ ଲାଲ ରଙ୍ଗ ଅଧିକ ପ୍ରିୟ  ଏବଂ ଏହି ଦିନ ଲାଲ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କରନ୍ତୁ ।

-ମା କାଳରାତ୍ରୀଙ୍କୁ ସପ୍ତମ ଦିନରେ ପୂଜା କରାଯାଏ । ସେ ନୀଳ ରଙ୍ଗ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ତେଣୁ ନବରାତ୍ରୀର ସପ୍ତମ ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଶୁଭ ।

– ନବରାତ୍ରୀର ଅଷ୍ଟମ ଦିନ ମା’ ମହାଗୌରୀଙ୍କ ପୂଜା କରାଯାଇଥାଏ । ତେବେ ଏହି ଅଷ୍ଟମ ଦିନରେ ଗୋଲାପୀ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ।

-ନବରାତ୍ରୀର ନବମ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମା’ଙ୍କ ପ୍ରିୟ ରଙ୍ଗ ହେଲା ବାଇଗଣୀ ରଙ୍ଗ । ଏହି ରଙ୍ଗର ବସ୍ତ୍ର ପିନ୍ଧି ମାତା ସିଦ୍ଧିଦାତ୍ରୀଙ୍କ ପୂଜା କରନ୍ତୁ ।

 

Comments are closed.