ମୁମ୍ବାଇ: ମାର୍ଚ୍ଚ ୩୦ ତାରିଖରେ ତଥା ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଭାଇଜାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ସିକନ୍ଦର’ ଭଲ ରେକର୍ଡ କରିବାରେ ବିଫଳ ହୋଇଛି । ଯଦିଓ ଫିଲ୍ମଟି ତିନି ଦିନ ପାଇଁ ଭଲ ବ୍ୟବସାୟ କରିଥିଲା, କିନ୍ତୁ ଏହା ପରେ ଏହାର ରୋଜଗାରରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସାକନିକଙ୍କ ଅନୁସାରେ, ଫିଲ୍ମ ଟି ରିଲିଜ ହେବାର ଷଷ୍ଠ ଦିନରେ ୩.୭୫ କୋଟି ଟଙ୍କା ହୋଇଛି ।
ତେବେ ଫିଲ୍ମଟି ପ୍ରଥମ ଦିନରେ ୨୬ କୋଟି ଟଙ୍କା କଲେକ୍ସନ କରିଥିଲା ।ଦ୍ୱିତୀୟ ଦିନରେ ଫିଲ୍ମଟି ୨୯ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୧୯.୫ କୋଟି ଟଙ୍କା ରୋଜଗାର କରିଥିଲା । ‘ସିକନ୍ଦର’ର କଲେକ୍ସନ ଚତୁର୍ଥ ଦିନରେ ୯.୭୫ କୋଟି ଏବଂ ପଞ୍ଚମ ଦିନରେ ୬ କୋଟି ଥିଲା । ତେବେ ଷଷ୍ଠ ଦିନରେ ୩.୭୫ କୋଟି ଟଙ୍କାକୁ ମିଶାଇ ମୋଟ ୯୪.୦୦ କୋଟି ଟଙ୍କା ଆୟ କରିଛି ସିକନ୍ଦର ।
ତେବେ ସଲମାନ ଖାନଙ୍କ ଅଭିନିତ ଏବଂ ଏ.ଆର. ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିକନ୍ଦର’ ୨୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମ ୧୦୦ କୋଟି ଆୟ କରିବାରେ ମଧ୍ୟ ଅସଫଳ ହୋଇଛି । ଫିଲ୍ମରେ ସଲମାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ରହିଛନ୍ତି । ଏମାନଙ୍କ ବ୍ୟତୀତ ବାହୁବଳୀ ଫେମ୍ କଟ୍ଟପ୍ପା ଅଭିନେତା ସତ୍ୟରାଜ, ଶର୍ମନ ଜୋଶୀ, କାଜଲ ଅଗ୍ରୱାଲ ଏବଂ ପ୍ରତୀକ ବବର ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।
Comments are closed.