Latest Odisha News

ଦୀର୍ଘଦିନ ଧରି କାଶ ହେଉଛି କି? ଏହା କ’ଣ ହୋଇପାରେ ଜାଣନ୍ତୁ…

ଭୁବନେଶ୍ୱର: ଡାକ୍ତରଙ୍କ ମତରେ, କାଶ କୌଣସି ରୋଗ ନୁହେଁ । ଶରୀରରେ କୌଣସି ରୋଗ ହେଲେ ଏହା ତାର ସଂକେତ ହୋଇଥାଏ । ତେଣୁ କାଶକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । କାରଣ କାଶ ଯୋଗୁ ଫୁସ୍‌ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ।

କୌଣସି ଏକ ରୋଗ ପୂର୍ବରୁ କାଶ ପ୍ରଥମେ ସଂକେତ ଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, କାଶ ଆସିବାର ଅର୍ଥ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ପାଦୁର୍ଭାବ ବୃଦ୍ଧି ପାଇବା। ଦୀର୍ଘ ଦିନ ପର୍ଯ୍ୟନ୍ତ କାଶ ହେଉଥିଲେ, ଏହା କୌଣସି ବଡ଼ ରୋଗର ସଂକେତ ମଧ୍ୟ ହୋଇପାରେ।

ସାଧାରଣ ଭାବେ ଦେଖିବାକୁ ଗଲେ ଗଳାରେ ସଂକ୍ରମଣ, ଟନ୍‌ସିଲ୍‌, ବ୍ରୋଙ୍କାଇଟ୍ସ, ଫୁସ୍‌ଫୁସ୍‌ ସଂକ୍ରମଣ, ନିମୋନିଆ ଏବଂ ହୃଦ୍‌ରୋଗ ଆଦି କାରଣରୁ କାଶ ହୋଇଥାଏ। ତେଣୁ କାଶକୁ ନେଇ ସତର୍କ ରହିବା ଜରୁରୀ ଅଟେ। ଅଧିକ ଦିନ ଧରି କାଶ ଲାଗି ରହିଥିଲେ ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ ।

Comments are closed.