ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ କି ନାହିଁ ସେ ଏବେ ବି ଦ୍ୱନ୍ଦ୍ୱ ରହିଛି । ଏବେ ଉଭୟ ଖେଳାଳି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଛନ୍ତି । ରିପୋର୍ଟ ମୁତାବକ ବିସିସିଆଇ ପୁରୁଷ କ୍ରିକେଟରଙ୍କ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଆଉ ୬ ମାସ ପରେ ଘୋଷଣା କରିପାରେ । ମହିଳା କ୍ରିକେଟରଙ୍କ ଚୁକ୍ତି ଘୋଷଣା ହେବା ପରେ ପୁରୁଷଙ୍କ ମଧ୍ୟ ହେବ ବୋଲି ଆଶା କରାଯାଉଥିଲା । ରୋହିତ ଓ ବିରାଟ ଏବେ ଏ ପ୍ଲସ କାଟାଗୋରୀରେ ଅଛନ୍ତି ।
ଉଭୟ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ସେମାନଙ୍କୁ ଏ ପ୍ଲସରେ ରଖାଯିବ କି ନାହିଁ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି । ଆଇପିଏଲ ପରେ ଭାରତୀୟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଉଭୟ ଖେଳାଳି ଖେଳିବା ନିଶ୍ଚିତ ମନେ କରାଯାଉ । ଯଦି ସେମାନେ ଭଲ ପ୍ରଦର୍ଶନ କରନ୍ତି ତେବେ କୌଣସି ସମସ୍ୟା ରହିବ ନାହିଁ । ଖରାପ ଖେଳିଲେ ବିସିସିଆଇ ତାଙ୍କୁ ଏପ୍ଲସ ରୁ ହଟେଇ ଦେଇପାରେ । ଏବେ ବିସିସିଆଇ ଏ ପ୍ଲସ କାଟାଗୋରୀର ଖେଳାଳିଙ୍କୁ ୭ କୋଟି ଟଙ୍କା ପ୍ରଦାନ କରୁଛି । ରୋହିତ ଓ ବିରାଟଙ୍କ ବ୍ୟତୀତ ଏଥିରେ ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି ।
Comments are closed.