Latest Odisha News

BREAKING NEWS

ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ବର: ଭୁବନେଶ୍ବରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ । ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଉପହାର । ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ । ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ଗଡ଼କରୀ ।

ଏହାପରେ ଭୁବନେଶ୍ବର ବରମୁଣ୍ଡା ସଭାରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନିଜ ସମ୍ବୋଧନରେ କହିଛନ୍ତି ଯେ, ଜଗନ୍ନାଥଙ୍କ ଭୂମିରେ ଆସିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକର ଧନ୍ୟ ମନେ କରୁଛି । ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ ରହିଛି । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ । କ୍ୟାବିନେଟ ମଞ୍ଜୁରୀ ପରେ ଭୁବନେଶ୍ବର ରିଙ୍ଗରୋଡ୍ କାମ ଆରମ୍ଭ ହେବ ବୋଲି ଗଡକରୀ କହିଛନ୍ତି ।

ଗଡ଼କରୀ ଆହୁରି କହିଛନ୍ତି ଯେ, ଏହା ସହ ସିଆରଆଇଏଫ୍ ରେ ୮୦୦ କୋଟିକୁ ମଞ୍ଜୁର କରୁଛି । ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ାରେ ବାଇପାସ୍‌ ହେବ । ଭୁବନେଶ୍ବର-ପୁରୀ ରାସ୍ତା ୬ ଲେନ୍ ହେବ । ସାଗରମାଳା ଯୋଜନାରେ ପାରାଦୀପ ବନ୍ଦରରେ ଅନେକ କାମ ହୋଇଛି ।

ଶିଳାନ୍ୟାସ ଓ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଦିନ । ଓଡ଼ିଶା ବିକାଶରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ଼ ହେବ । ପୂର୍ବରୁ ଦିନକୁ ୧୪ କିମି ରାସ୍ତା ହେଉଥିଲା, ଏବେ ୧୦୦ କିମି ହେଉଛି ।

ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଅନ୍ତି । ଆମ ସରକାର ବି ବଜେଟରେ ଭିତ୍ତିଭୂମିକୁ ଗୁରୁତ୍ବ ଦେଇଛି । ବର୍ତ୍ତମାନ ରାଜ୍ୟରେ ୨୦ଟି ବାଇପାସ୍‌ ଓ ରିଙ୍ଗ୍‌ରୋଡ୍ ନିର୍ମାଣ ହେଉଛି । ଇଏ ଡବଲ୍ ଇଞ୍ଜିନ ସରକାର, ୧୦ ମାସରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଭୁବନେଶ୍ବର-ପୁରୀ ରାସ୍ତା ୮ ଲେନ୍‌ କରିବାକୁ ଗଡ଼କରୀଙ୍କୁ ପ୍ରସ୍ତାବ ଦେଇଛି । ପୁରୀ-ଭୁବନେଶ୍ବର ମଧ୍ୟରେ ସର୍ଭିସ ରୋଡ୍‌ ପ୍ରସ୍ତାବ ଦେଇଛି । କୋଷ୍ଟାଲ ହାଇୱେ ମଧ୍ୟ ୪ ଲେନ୍ କରିବାକୁ ପ୍ରସ୍ତାବ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Comments are closed.