ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ମାମଲାରେ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ, ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଜାରି ରହିବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ପୂଜା ଖେଡକରଙ୍କୁ ମେ’ ୨ ତାରିଖରେ ତଦନ୍ତ ପାଇଁ ଉପସ୍ଥିତ ହେବାକୁ ପଡିବ । ଏହା ସହିତ, ସୁପ୍ରିମକୋର୍ଟ ପୂଜାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେ ତଦନ୍ତରେ ସହଯୋଗ ନ କରନ୍ତି, ତେବେ କୋର୍ଟ କଠୋର ନିଷ୍ପତ୍ତି ନେବେ । ଏବେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୧ ତାରିଖରେ କରିବେ ।
ବର୍ତ୍ତମାନ, ପୂଜା ଖେଡକରଙ୍କ ମାମଲା ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ କରାଯାଉଛି । ଜଣାଶୁଣା ଯେ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ପରୀକ୍ଷାରେ ଠକେଇ ଏବଂ ଓବିସି ଏବଂ ଦିବ୍ୟାଙ୍ଗ କୋଟାର ଭୁଲ ଫାଇଦା ଉଠାଇବା ଅଭିଯୋଗ ରହିଛି ।
Comments are closed.