Latest Odisha News

BREAKING NEWS

ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ

ଜୟପୁର: ଆଇପିଏଲ ୨୦୨୫ରେ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସମସ୍ତ ଟିମ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ଏପ୍ରିଲ ୧୯ରେ ଜୟପୁରର ଏସଏମଏସ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ପରାଜିତ ହୋଇଥିଲା । ଶେଷ ଓଭରରେ ଦଳ ୯ ରନ ସଂଗ୍ରହ କରିପାରି ନ ଥିଲା । ଏହା ପରେ ରାଜସ୍ଥାନ କ୍ରିକେଟ ଆସୋସିଏଶନ ଆଡହକ କମିଟିର କନଭେନିୟର ଜୟଦୀପ ବିହାଣୀ ଏକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଜୟପୁରରେ ଖେଳା ଯାଇଥିବା ୨ଟି ମ୍ୟାଚ ନେଇ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ରାଜସ୍ଥାନ ଜାଣିଶୁଣି କାହିଁକି ମ୍ୟାଚ ହାରୁଛି ବୋଲି ସେ କହିଛନ୍ତି ।

ଶେଷ ଓଭରରେ ୯ ରନ କିଛି ବଡ କଥା ନ ଥିଲା ବୋଲି ଜୟଦୀପ କହିଛନ୍ତି । ସେ ପରୋକ୍ଷରେ ମ୍ୟାଚ ଫିକ୍ସିଂ ନେଇ ମଧ୍ୟ ସନ୍ଦେହ ବ୍ୟକ୍ତ କରିଛନ୍ତି । ରାଜସ୍ଥାନ ରୟାଲ୍ସର ଉପ ସଭାପତି ରାଜୀବ ଖାନ୍ନା ସିଧାସଳଖ କିଛି କହି ନ ଥିଲେ ମଧ୍ୟ ଯଦି କାହାର ଅଭିଯୋଗ ଅଛି ସେ ବିଧିବଦ୍ଧ ପ୍ରକ୍ରିୟା ଅପାଣାଇବା ଉଚିତ । ରାଜସ୍ଥାନ କ୍ରିକେଟ ଆସୋସିଏଶନ ପୂର୍ବରୁ ଅନେକ ଆନ୍ତର୍ଜାତୀୟ ମ୍ୟାଚ ସଫଳତାର ସହ ଆୟୋଜନ କରିଛି । ଏବେ ଏଠାରେ ଆଇପିଏଲର ମ୍ୟାଚ ଖେଳାଯିବା ବେଳେ ଜାଣିଶୁଣି ଆରସିଏକୁ ଦୂରେଇ ରଖାଯାଉଛି । ଆଡହକ କମିଟି ସଦସ୍ୟଙ୍କ ଆର୍କିଡେଶନ କାର୍ଡ ମଧ୍ୟ କରାଯାଇ ନାହିଁ । ଯାହାର ନାମ ଲାଲ ଡାଏରୀରେ ଅଛି ସେ ସବୁ କିଛି କରିପାରିବ । ସେ ପରୋକ୍ଷରେ ରାଜୀବ ଖାନ୍ନାଙ୍କୁ ଟାର୍ଗେଟ କରିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ବିସିସିଆଇ ଖେଳାଳି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କାହାଠାରୁ କୌଣସି ପ୍ରକାରର ଉପହାର ନେବାକୁ ସତର୍କ କରାଇଛନ୍ତି ।

Comments are closed.