ଭୁବନେଶ୍ବର: ଘୋଷଣା ହେଲା ଓଡିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ର ରିଲିଜ ତାରିଖ । ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ଏହି ଫିଲ୍ମ । ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଏହାର ଘୋଷଣା କରିବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ନିର୍ମାତା ଓ ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ ଜେନା ।
ସେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ପବିତ୍ର ବାହୁଡା ଯାତ୍ରା ଅବସରରେ, ଆସନ୍ତା ଜୁଲାଇ ୪ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆର ଆତ୍ମା, ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭକ୍ତିରସାତ୍ମକ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ । ପୋଷ୍ଟରରେ ସମସ୍ତ ଷ୍ଟାରକାଷ୍ଟଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।
ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଦିଲୀପ କୁମାର ଜେନା । ଏହି ଫିଲ୍ମର ସ୍କ୍ରିନ ପ୍ଲେ ଶଙ୍କର ପ୍ରସାଦ ତ୍ରୀପାଠି କରିଛନ୍ତି ।
ତେବେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ସୂର୍ଯ୍ୟମୟୀ ମହାପାତ୍ର, ପିଙ୍କି ପ୍ରଧାନଙ୍କ ସମେତ ଅନେକ ତାରକା ଏଥିରେ ଅଭିନୟ କରିଛନ୍ତି ।
ଫିଲ୍ମ ବିଷୟରେ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଭଲ ରେସପନ୍ସ ମିଳିଛି । ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ର ରିଲିଜକୁ ଅପେକ୍ଷା କରିବା ସହ ଜୟ ଜଗନ୍ନାଥ ଲେଖି ଫିଲ୍ମ ଟିମକୁ ଶୁଭକାମନା ଜଣାଇଛନ୍ତି ।
Comments are closed.