ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ହାତ ପାଆନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ଏହି ‘ସହଯୋଗ’ ।
ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ କରାଯାଇଛି । ଆବାସ, ରାଶନ କାର୍ଡ, ଆୟୁଷ୍ମାନ ଭଳି ୧୩ଟି ଯୋଜନା ସାମିଲ ହୋଇଛି । ମେ’ ୧ ତାରିଖ ଅର୍ଥାତ୍ ଆଜି ଠାରୁ ଲଗାତାର ୨ ମାସ ଧରି ଡୋର୍ ଟୁ ଡୋର୍ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର ।
ତେବେ ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ । ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
Comments are closed.