Latest Odisha News

BREAKING NEWS

ଭାରତରେ ପଂହଚିଲେ ରାବାଡା, ଖେଳି ପାରନ୍ତି ଆଇପିଏଲ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସର ପେସ ବୋଲର କାଗିସୋ ରାବାଡା ଚଳିତ ଆଇପିଏଲ ଅଧାରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ପରେ ସେ ରିକ୍ରିଏକଶନାଲ ଡ୍ରଗ୍ସ ସେବନ କରିଥିବାରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିବା ଜଣା ପଡିଥିଲା । କ୍ରିକବିଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାବାଡା ଏବେ ପୂନର୍ବାର ଭାରତ ପ୍ରତ୍ୟାବର୍ତନ କରିଛନ୍ତି । ସେ ଚଳିତ ଆଇପିଏଲରେ ଖେଳିବା ନେଇ ମଧ୍ୟ ସମ୍ଭାବନା ବ୍ୟକ୍ତ କରାଯାଇଛି । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ସେ ମେ ୬ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି । ଅବଶ୍ୟ ଏ ନେଇ କ୍ରିକେଟ ସାଉଥ ଆଫ୍ରିକାର ଅନୁମତିକୁ ଅପେକ୍ଷା କରାଯାଇଛି ।

ଯେ ହେତୁ ରାବାଡା ରିକ୍ରିଏଶନାଲ ଡ୍ରଗ୍ସ ସେବନ କରିଥିଲେ ତାଙ୍କ ଦଣ୍ଡ କୋହଳ କରାଯିବା ସମ୍ଭାବନା ରହିଛି । ୱାଡା ତାଲିକାରେ ଏହି ଡ୍ରଗ୍ସ ପରଫର୍ମାନ୍ସ ବୃଦ୍ଧି ଶ୍ରେଣୀରେ ରଖାଯାଇ ନାହିଁ । ଏହି ଡ୍ରଗ୍ସ ସେବନକାରୀଙ୍କୁ ଅତି ବେଶୀରେ ୩ ମାସ ଦଣ୍ଡିତ କରାଯାଇଥାଏ । ରାବାଡା ଏକ ମାସ ହେବ ଏହି ଦଣ୍ଡ ଭୋଗୁଥିବାରୁ ତାଙ୍କୁ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯିବା ସମ୍ଭାବନା ରହିଛି ।

Comments are closed.