ନୂଆଦିଲ୍ଲୀ: ଇସ୍ରାଏଲର ବେନ୍ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି ହୁତି ଆତଙ୍କବାଦୀ । ତେବେ ହୁତି ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଛି ।
ବେନ୍ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ ଘଟଣାକୁ ନେଇ ଦିଲ୍ଲୀରୁ ତେଲ ଅଭିଭ୍ ଯାଉଥିବା ଏୟାର ଇଣ୍ଡିଆର ବିମାନ AI139କୁ ଆଜି ସକାଳେ ଆବୁଧାବିକୁ ଡାଇଭର୍ଟ କରାଯାଇଥିଲା।
ଏୟାର ଇଣ୍ଡିଆ ଅନୁଯାୟୀ ବିମାନଟି ଆବୁଧାବିରେ ସାମାନ୍ୟ ଅବତରଣ କରିଛି ଏବଂ ଶୀଘ୍ର ଦିଲ୍ଲୀ ଫେରିବ।
SMOKE seen rising at Ben Gurion Airport south of Tel Aviv after Houthi missile strike
IDF reports there were 'attempts' to intercept the missile#ISRAEL #YEMEN pic.twitter.com/64ihMVWg8w
— ℂ𝕙𝕖 𝔾𝕦𝕖𝕧𝕒𝕣𝕒 ★ (@cheguwera) May 4, 2025
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତେଲ ଅଭିଭରୁ ଆମର ବିମାନ ଚଳାଚଳ ମେ 6, 2025 ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ। ଗ୍ରାଉଣ୍ଡ ଷ୍ଟାଫ ଗ୍ରାହକମାନଙ୍କୁ ସହାୟତା କରୁଛନ୍ତି ଏବଂ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା କରିବାରେ ସାହାଯ୍ୟ କରୁଛନ୍ତି। ୩ ରୁ ୬ ମେ ମଧ୍ୟରେ ବିମାନରେ ବୁକ୍ କରିଥିବା ଯାତ୍ରୀମାନଙ୍କୁ ଟିକେଟ ପୁନଃନିର୍ଦ୍ଧାରିତ କରିବା ଉପରେ ଏକକାଳୀନ ରିହାତି କିମ୍ବା ଟିକେଟ ବାତିଲ କରିବା ଉପରେ ପୂର୍ଣ୍ଣ ଫେରସ୍ତ ଦିଆଯିବ।
Consequent to developments in Tel Aviv this morning, our operations to and from Tel Aviv will remain suspended with immediate effect till 6th May 2025, to ensure the safety of our customers and staff. Our colleagues on ground are assisting customers and helping…
— Air India (@airindia) May 4, 2025
ବେନ୍ ଗୁରିୟନ ବିମାନବନ୍ଦରକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍ଜ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିବେ। ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ। ୟେମେନରେ ରହି ଆକ୍ରମଣ ଚଳାଇଥିବା ହୁତି ଆତଙ୍କବାଦୀଙ୍କୁ କିପରି ଦମନ କରାଯିବ ସେ ଦିଗରେ ବୈଠକରେ ସ୍ଥିର ହେବ ବୋଲି ସୂଚନା ମିଳିଛି।
Comments are closed.