ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳ ନିକଟରେ ପ୍ରଥମ ଥର ପାଇଁ ଟ୍ରଫି ଜିତିବା ସୁଯୋଗ ମଧ୍ୟ ଉପନୀତ ହୋଇଛି । ଆରସିବିର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଏବି ଡିଭିଲର୍ସ ଦଳ ଏଥର ଟାଇଟଲ ଜିିତିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଆରସିବି ଫାଇନାଲରେ ପ୍ରବେଶ କଲେ ମୁଁ ନିଶ୍ଚିତ ଭାବେ ଷ୍ଟାଡିୟମକୁ ଉପଭୋଗ କରିବାକୁ ଆସିବି । ବିରାଟ କୋହଲିଙ୍କ ସହ ଟ୍ରଫି ଉଠାଇବା ଖୁସୀ ମୋତେ ଅନ୍ୟ କେଉଁଠାରୁ ମିଳିବ ନାହିଁ । ମୁଁ ବେଶ କିଛି ବର୍ଷ ହେବ ଏ ନେଇ ଉଦ୍ୟମ କରୁଥିଲେ ମଧ୍ୟ ଶେଷ ଭାଗରେ ନିରାଶ ହେଉଛି ।
ଅନେକ ଥର ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆମେ ଟ୍ରଫି ଜିିତି ପାରି ନାହୁଁ । ଏଥର ସୁଯୋଗ ହାତଛଡା ନ କରିବା ପାଇଁ ଡିଭିଲର୍ସ ଆରସିବି ଖେଳାଳିମାନଙ୍କୁ କହିଛନ୍ତି । ଚଳିତ ସଂସ୍କରଣରେ ଆରସିବି ୧୧ ମ୍ୟାଚରୁ ୮ ବିଜୟ ହାସଲ କରି ୧୬ ପଂଏଟ ପାଇଛି । ଆଉ ଗୋଟିଏ ବିଜୟ ଦଳକୁ ପ୍ଲେ ଅଫରେ ପ୍ରବେଶ କରାଇବା ପାଇଁ ଯଥେଷ୍ଟ ହେବ । କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାକୁ ଆଇପିଏଲକୁ ଅଧାରୁ ବନ୍ଦ କରାଯାଇଥିଲା । ଏବେ ସ୍ଥିତି ସାଧାରଣ ହେବାରୁ ମେ ୧୭ରୁ ପୂନର୍ବାର ଏହାକୁ ଆରମ୍ଭ କରାଯାଇଛି ।
Comments are closed.