Latest Odisha News

BREAKING NEWS

ଟୋକିଓ ଗସ୍ତରେ ଅପରାଜିତା ଷଡଙ୍ଗୀ, ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ପ୍ରତିନିଧି…

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୁର’ର ସର୍ବଦଳୀୟ ସାଂସଦ ଟିମ୍ ଗୁରୁବାର ଟୋକିଓରେ ପହଞ୍ଚି ଏଡୋଗାୱାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଅଭିଯାନକୁ ଆରମ୍ଭ କରିଛନ୍ତି।

ପରେ ଜାପାନର ବୈଦେଶିକ ମନ୍ତ୍ରୀ ତାକେଶୀ ଇଞ୍ଛାୟାଙ୍କୁ ଏହି ପ୍ରତିନିଧି ଦଳ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଆତଙ୍କବାଦ, ବାଣିଜ୍ୟକୁ କଦାପି ଏକାଠି କରାଯାଇପାରିବ ନାହିଁ। ସେହିପରି ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ ବୋଲି ପ୍ରତିନିଧି ଦଳର ସାଂସଦ ଅପରାଜିତ ଷଡଙ୍ଗୀ କହିଛନ୍ତି। ଏହି ପ୍ରତିନିଧି ଦଳ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଜାପାନର ସମର୍ଥନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ଏହି ଅବସରରେ ସାଂସଦ ଅପରାଜିତ କହିଛନ୍ତି ଯେ, ଏହି ସହରର ବୁଦ୍ଧିଜୀବୀ, ପେଷାଜୀବୀ ଓ ବୟୋଜ୍ୟେଷ୍ଠଙ୍କ ସହ ବାର୍ତ୍ତାଳାପ କରିଥିଲି। ପହଲଗାମରେ ପାକିସ୍ତାନ ଦ୍ଵାରା ଘଟିଥିବା ହିଂସା ଏକ କୁକୃତ୍ୟ, ଏକ ଘୃଣିତ ଅପରାଧ ବିଷୟରେ ଅବଗତ କରାଇଥିଲେ। ଏହା ଶୁଣି ସେମାନେ ସମସ୍ତେ ନିର୍ବାକ ହୋଇଯାଇଥିଲେ।

ପରେ ଅନ୍ତିମ ସନ୍ଧ୍ୟାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଲିବେରାଲ ଡେମୋକ୍ରାଟିକ୍ ପାର୍ଟିର ଉପସଭାପତି ଯୋଶୀହିଦେ ସୁଗା ଓ ଯାପାନର ହାଉସ୍ ଅଫ୍ ରିପ୍ରେଜିଣ୍ଟିଭ୍ ରାଷ୍ଟ୍ରୀୟ ସୁରକ୍ଷା ସମିତିର ସଦସ୍ୟ ଟାକାଶି ଏଣ୍ଡୋକ ସହିତ ଆଲୋଚନା କରିଥିଲେ। ପାକିସ୍ତାନ ଦ୍ବାରା ଭାରତ ବିରୁଦ୍ଧରେ କରାଯାଉଥିବା ମିଥ୍ୟା ଓ ସଂଗଠିତ ଭାବରେ ଆତଙ୍କବାଦକୁ ବୃଦ୍ଧି ଦେବା ସଂପର୍କରେ ଏହି ପ୍ରତିନିଧି ଦଳ ସେମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସେମାନେ ମଧ୍ୟ ଆତଙ୍କାବାଦୀଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ସମର୍ଥନ ଲୋଡିଥିଲେ।

ସୂଚନାଯୋଗ୍ଯ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏହି ୭ ଜଣିଆ ପ୍ରତିନିଧି ଦଳରେ ସାମିଲ ହୋଇଥିବା ବେଳେ ଜେଡିୟୁ ସାଂସଦ ମନୋଜ ଝା ଏହାର ନେତୃତ୍ବ ନେଉଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ୍ ପଠାନ୍, ବିଜେପି ସାଂସଦ ବ୍ରିଜ ଲାଲ, ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାଜ, ବିଜେପି ସାଂସଦ ଡ. ପ୍ରଧାନ ବରୁଆ, ଡ. ହେମାଙ୍ଗ ଯୋଶୀ, ସଲମାନ ଖୁର୍ସିଦ ଓ ମୋହନ କୁମାର ସାମିଲ ହୋଇଛନ୍ତି।

 

Comments are closed.