ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ବାହାରିନରେ ପହଞ୍ଚିଛନ୍ତି।
ଆଜି ପୂର୍ବାହ୍ନରେ ବାହାରିନରେ ପହଞ୍ଚିବା ପରେ ରାଷ୍ଟ୍ରଦୂତ ବିନୋଦ କେ ଯାକୋବ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରିଥିଲେ। ପରେ ବାହାରିନର ଶୀର୍ଷ ନେତୃତ୍ୱଙ୍କ ସହ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଅବଗତ କରାଇଛନ୍ତି। ପାକିସ୍ତାନ ଜମ୍ମୁ କାଶ୍ମୀରରେ ଶାନ୍ତି ଓ ବିକାଶରେ ବାଧା ଉତ୍ପନ୍ନ ପାଇଁ ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲା। ଭାରତ ଏହାର ଉଚିତ ଜବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି। ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବୋଲି ବାହାରିନର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି।
Our Indian diaspora has succeeded globally, & this makes us all very proud. Today, along with my esteemed colleagues from the all-party delegation, we engaged with the Indian community in Bahrain & conveyed India’s unified & unwavering stance against terrorism. #OperationSindoor pic.twitter.com/kU4tHYRRXQ
— Baijayant Jay Panda (@PandaJay) May 24, 2025
ଏହି ପ୍ରତିନିଧି ମଣ୍ଡଳୀ ବାହାରିନ ପରେ ସାଉଦି ଆରବ, କୁଏତ ଓ ଆଲଜେରିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ପ୍ରତିନିଧି ମଣ୍ଡଳୀରେ ବୈଜୟନ୍ତ ପଣ୍ଡାଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ, ସାଂସଦ ଅସଦୁଦ୍ଦିନ ଓୱେସୀ ,ସତନାମ ସାନ୍ଧୁ, ନିଶିକାନ୍ତ ଦୁବେ, ରେଖା ଶର୍ମା, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରମୁଖ ସାମିଲ ଅଛନ୍ତି।
#WATCH | An all-party delegation led by BJP MP Baijayant Panda arrive at the Indian Embassy in Manama, the capital of Bahrain. pic.twitter.com/1Ey7FBSFXs
— ANI (@ANI) May 24, 2025
Comments are closed.