ଦୁବାଇ: ଦୁବାଇରେ ରହୁଥିବା କେରଳ ପ୍ରବାସୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ସ୍ବାଗତ କରାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ କେରଳ ପ୍ରବାସୀ ସଂଘଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।
ଯାହାପରେ ସଂଘ ନିଜ ତରଫରୁ ସଫେଇ ଦେଇ କହିଥିଲା ଯେ ପୂର୍ବତନ କ୍ରିକେଟର ବିନା ନିମନ୍ତ୍ରଣରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ପ୍ରସଙ୍ଗକୁ ନେଇ କୋଚିନ୍ ବିଶ୍ୱବିଦ୍ୟାଳୟ ବି.ଟେକ୍ ଆଲୁମିନି ଆସୋସିଏସନ୍ (କୁବା), ୟୁଏଇ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍ କରି କ୍ଷମା ପ୍ରାର୍ଥନା କରିଛି। ତେବେ ଭିଡିଓରେ ସଂଘର ଅଧିକାରୀମାନେ ଆଫ୍ରିଦିଙ୍କୁ ଉତ୍ସାହର ସହିତ ସ୍ୱାଗତ କରୁଥିବା ଦେଖାଯାଉଛି ଓ ଏଥିସହିତ ଆଫ୍ରିଦିଙ୍କ ଅନ୍ୟତମ ନାମ ‘ବୁମ୍-ବୁମ୍’ ବୋଲି ମଧ୍ୟ ପ୍ରତିଧ୍ୱନିତ ହେଉଥିଲା।
Comments are closed.