ଭୁବନେଶ୍ୱର: ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ ଅଧିକ ରୁ ଅଧିକ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଯିବ ।
ତୁଳସୀ ଲାଗିଲେ ବାୟୁରେ ଅମ୍ଳଜାନ ମାତ୍ରା ଅଧିକ ରହିବ । ଫଳରେ ଟ୍ରାଫିକ୍ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଅଧିକ ଅମ୍ଳଜାନ ପାଇପାରିବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
ଆଗକୁ ରାଜ୍ୟରେ ବିଜେପି ସରକାରଙ୍କ ଶାସନକୁ ବର୍ଷେ ପୁରିବ, ଏହି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି । ‘ମା ପାଇଁ ଗଛଟିଏ’ ଆହ୍ୱାନରେ ବୃକ୍ଷରୋପଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସବୁ ୟୁଏଲବି (ପୌରସଂସ୍ଥା)କୁ ତୁଳସୀ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ମଧ୍ୟ ଲଗାଯିବ । ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ସହରକୁ ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରାଫିକ୍ ପୋଷ୍ଟରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.