Latest Odisha News

BREAKING NEWS

କୂଲଦୀପଙ୍କ ସହ ବଂଶିକାଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ସ୍ପିନର କୂଲଦୀପ ଯାଦବ ସେ ଭଳି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୂଲଦୀପ ୧୪ ମ୍ୟାଚରେ ୨୪.୦୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଥିଲେ । ଆଇପିଏଲର ଉତେଜନାପୂର୍ଣ୍ଣ ପରିବେଶ ଅବସରରେ ସେ ତାଙ୍କ ବାନ୍ଧବୀ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ବଂଶିକା ଏବେ ଏଲଆଇସିରେ କାର୍ଯ୍ୟ କରୁଛନ୍ତି । ସେ କୂଲଦୀପଙ୍କ ପିଲାବେଳର ବାନ୍ଧବୀ । ସୋସିଆଲ ମିଡିଆରେ କୂଲଦୀପ ନିର୍ବନ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କୂଲଦୀପଙ୍କୁ ଶୁଭମନ ଗିଲ ନେତୃତ୍ୱରଧୀନ ଭାରତୀୟ ଦଳରେ ସାମିଲ କରାଯାଇଛି ।

ଏହି ଗସ୍ତରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ । କୂଲଦୀପଙ୍କ ନିକଟରୁ ଟିମ ଇଣ୍ଡିଆ ଏବଂ ପ୍ରଶଂସକ ଏକ ଭଲ ପ୍ରଦର୍ଶନ ଆଶା କରୁଛନ୍ତି । ସେ ୧୩ ଟେଷ୍ଟରେ ୫୬ ୱିକେଟ ଅକ୍ତିଆର କରିଛନ୍ତି । ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହେବା ପରେ ଏହା ଶେଷ ହୋଇଛି । ଏବେ ଭାରତୀୟ ଦଳ ଖୁବ ଶୀଘ୍ର ଏହି ଗସ୍ତ ନେଇ ଅଭ୍ୟାସ ଆରମ୍ଭ କରିବ ।

Comments are closed.