Latest Odisha News

BREAKING NEWS

ଆଉ ନାହିଁ ମନମାଳିନ୍ୟ: ଶେଷରେ ପରସ୍ପର ସହ ହାତ ମିଳାଇଲେ ଅଶୋକ-ସଚିନ୍

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବଡ ହଲଚଲ । ଏକାଠି ପରସ୍ପର ସହ ହାତ ମିଳାଉଥିବା ନଜର ଆସିଲେ ସଚିନ୍- ଅଶୋକ । ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ ଦୀର୍ଘ ଚାରିବର୍ଷ ପରେ ପୁଣି ଏକାଠି ନଜର ଆସିଛନ୍ତି । ଆଉ ମନମାଳିନ୍ୟ ନାହିଁ, କି ଭୁଲ୍ ବୁଝାମଣା ନାହିଁ । ଦୀର୍ଘ ଚାରିବର୍ଷର ବିବାଦ ପରେ ସବୁ ଶେଷ ହୋଇଛି । ପରିଶେଷରେ ପରସ୍ପର ସହ ହାତ ମିଳାଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ଶନିବାର ଅଶୋକ ଗେହଲଟଙ୍କ ବାସଭବନକୁ ଯାଇ ତାଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଦୁଇ ବଡ଼ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଏବେ ରାଜସ୍ଥାନ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି ।

ଆଉ ସବୁଠୁ ବଡ କଥା ହେଉଛି ଜୁଲାଇ ୨୦୨୧ରେ ପାଇଲଟ୍, ଗେହଲଟଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିବା ବେଳେ ଏହି ସାକ୍ଷାତ ପ୍ରାୟ ଗୋଟିଏ ଘଣ୍ଟା ଧରି ଚାଲିଥିଲା ​​ଏବଂ ରୁଦ୍ଧଦ୍ୱାର ବୈଠକ ଯୋଗୁଁ ଏବେ ନୂଆ ରାଜନୈତିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ତେବେ, କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ସଚିନ୍ ପାଇଲଟ୍ ତାଙ୍କ ସ୍ୱର୍ଗତ ପିତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଅଶୋକ ଗେହଲଟଙ୍କୁ ନିମନ୍ତ୍ରଣ କରିବାକୁ ପହଞ୍ଚିଥିଲେ । ଏହି ସମୟରେ, ରାଜସ୍ଥାନର ଏହି ଦୁଇ ପ୍ରବୀଣଙ୍କ ମଧ୍ୟରେ ପ୍ରାୟ ଗୋଟିଏ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ବହୁତ ଦିନ ପରେ ହୋଇଛି । ଏନେଇ ଅଶୋକ ଗେହଲଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସାକ୍ଷାତର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଏଆଇସିସି ମହାସଚିବ ସଚିନ୍ ପାଇଲଟ୍ ତାଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବାକୁ ଆସିଥିଲେ । ଏଥିସହିତ ଅଶୋକ ଗେହଲଟ ତାଙ୍କ ପୋଷ୍ଟରେ ରାଜେଶ ପାଇଲଟଙ୍କ ସହ ତାଙ୍କର ପୁରୁଣା ସମ୍ପର୍କକୁ ମଧ୍ୟ ମନେ ପକାଇ ଲେଖିଛନ୍ତି ଯେ ରାଜେଶ ପାଇଲଟ ଏବଂ ମୁଁ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଲୋକସଭାରେ ପହଞ୍ଚିଥିଲୁ ଏବଂ ପ୍ରାୟ ୧୮ ବର୍ଷ ଧରି ସାଂସଦ ରହିଥିଲୁ। ତାଙ୍କର ଅକାଳ ବିୟୋଗ ଏବେ ବି କଷ୍ଟଦାୟକ, ତାଙ୍କ ବିଦାୟରେ ଦଳ ମଧ୍ୟ ଗଭୀର ମର୍ମାହତ ।

ଅନ୍ୟପକ୍ଷରେ, ସଚିନ ପାଇଲଟ ମଧ୍ୟ ଏହି ସାକ୍ଷାତର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଥିଲେ। ଜୁନ୍ ୧୧ ତାରିଖରେ ଦୌସାରେ ପିତା ସ୍ୱର୍ଗତ ରାଜେଶ ପାଇଲଟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ନିମନ୍ତ୍ରଣ କରିଥିଲି ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜସ୍ଥାନର କଂଗ୍ରେସ ସରକାରରେ ରାଜନୈତିକ ସଙ୍କଟ ସମୟରେ, ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ଉଭୟଙ୍କ ଶେଷ ସାକ୍ଷାତ ୨୦୨୧ ଜୁଲାଇରେ ହୋଇଥିଲା । ଏପରି ପରିସ୍ଥିତିରେ, ଏହି ସାକ୍ଷାତକୁ ରାଜନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ୨୦୨୩ ମସିହାରେ କଂଗ୍ରେସ ବିଧାନସଭା ନିର୍ବାଚନରେ ​​ବିଜେପିଠାରୁ ପରାସ୍ତ ହୋଇଥିଲା । ରାଜନୈତିକ ବିଶ୍ଳେଷକମାନେ ଏହା ମଧ୍ୟ କହିଛନ୍ତି ଯେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ୨୦୨୩ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇଥିଲା ଏବଂ ଦଳ ରାଜ୍ୟର କ୍ଷମତା ବଞ୍ଚାଇ ପାରିଲା ନାହିଁ । ଆଉ ଏବେ ଏହି ପାରସ୍ପରିକତା ଏବେ ଦଳକୁ ବଡ ଲାଭ ଦେଇପାରେ ନେଇ ଚର୍ଚ୍ଚା ।

Comments are closed.