ଭୁବନେଶ୍ୱର: ସୁନାପ୍ରେମୀଙ୍କ ପାଇଁ ଦୁଃଖ ଖବର । ଜୁନ୍ ୧୪ ଅର୍ଥାତ୍ ଶନିବାର ପହିଲି ରଜରେ ପୁଣି ବଢିଲା ସୁନା ଦର । ଗତସପ୍ତାହରେ ଲଗାତର ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୨୮୦ ଟଙ୍କା ବୃଦ୍ଧି ପାଇ ୧,୦୧,୬୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୪୦୦ ଟଙ୍କା ଥିଲା ।
ସେହିପରି, ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୨୦୦ ଟଙ୍କା ରହିଛି । ଗତକାଲି ୯୨,୯୫୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୬ ହଜାର ୨୬୦ ଟଙ୍କା ରହିଛି । ଗତକାଲି ୭୬ ହଜାର ୫୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୂପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ରୂପା ଦର ସ୍ଥିର ରହିଛି ୧୦୦ ଗ୍ରାମ୍ ରୂପା ଦାମ୍ ୧୨ ହଜାର ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।
Comments are closed.