Latest Odisha News

BREAKING NEWS

ଦଶମ ଦିନରେ ତୋଷାଳି ମେଳା: ହସ୍ତଶିଳ୍ପରେ ୪ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେମ୍ବର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଥିବା ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି । ଗତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ ବିତ୍ତ ପରାମର୍ଶଦାତା ଓ ଯୁଗ୍ମ ଶାସନ ସଚିବ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।

ଚତୁର୍ଦ୍ଦଶ ତୋଷାଳି ମେଳାରେ ୫୫୦ଟି ଷ୍ଟଲ୍‌ ରହିଛି । ସେଥି ମଧ୍ୟରୁ ୩୩୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୪୦ଟି ଫୁଡ଼କୋର୍ଟ ଓ ଅନ୍ୟାନ୍ୟ ଷ୍ଟଲ ୫୦ଟି ରହିଛି । ଷ୍ଟଲ ଗୁଡିକ ରେ କାରିଗର ଓ ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ କଳାବସ୍ତୁ ଓ ହସ୍ତତନ୍ତ ପ୍ରଦର୍ଶନ ଓ ବିକ୍ରୟ ହେଉଛି ।

ଡିସେମ୍ବର ୨୩ ସୁଦ୍ଧା ତୋଷାଳି ମେଳାରେ ଫୁଡ୍‌କୋର୍ଟରେ ୧ କୋଟି ୪୨ ଲକ୍ଷ, ହସ୍ତଶିଳ୍ପରେ ୪ କୋଟି ୪୯ ଲକ୍ଷ ଓ ହସ୍ତତନ୍ତରେ ୩ କୋଟି ୪୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି ।

ମଙ୍ଗଳବାର ସନ୍ଧ୍ୟାରେ ବଲିଉଡ୍‌ କଳାକାର ପ୍ରତିଭା ସିଂ ବାଘେଲା ‘କମଲି କମ୍‌ଲି…’, ‘ହମ୍‌ମା ହମ୍‌ମା….’, ‘କ୍ରେଜି କିଆରେ…’ ଆଦି ସଂଗୀତ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ ।

ଏହା ଛଡ଼ା ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁକ୍ତ ମଞ୍ଚରେପାଲା ପରିବେଷଣ କରାଯାଇଥିଲା ।

ଏହି ମେଳାକୁ ସୁଗମ୍ୟ ସମେତ ପୋଷଣୀୟ ସହିତ ବାର୍ଦ୍ଧକ୍ୟ ହିତୋପଯୋଗୀ କରାଯାଇଛି । ଚଳିତ ବର୍ଷ ମେଳାର ବିଶେଷତା ଏହି ଯେ, ମେଳାର ବିବରଣୀକୁ ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ନିମନ୍ତେ ବ୍ରେଲି ଅକ୍ଷରରେ ଛପାଯାଇ ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି ।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧା ପାଇଁ ମେଳାରେ ହୁଇଲ୍‌ଚେୟାର,ହେଲପ ଡେସ୍କ, ସେଲ୍‌ଫି ରାମପ୍ ଅନ୍ୟାନ୍ୟ ସ୍ଥାନରେ ରାମପ ଓ ସ୍ୱତନ୍ତ୍ର ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି ।

ଏହା ବ୍ୟତୀତ ଏହି ମେଳାରେ ଏଟିଏମ୍‌, ପ୍ରାଥମିକ ଚିକିତ୍ସାସେବା, ପିଲାମାନଙ୍କ ପାଇଁ ଖେଳ ବାଟିକା ଆଦିର ଆୟୋଜନ କରାଯାଇଛି । ମେଳାକୁ ଅଧିକ ଆକୃଷ୍ଟ କରିବା ପାଇଁ ଚାରିଗୋଟି ସେଲ୍‌ଫି ଜୋନ୍‌ର ବ୍ୟବସ୍ଥା କରାଯାଇଛି ।

ତୋଷାଳି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୯.୩୦ ମିନିଟ୍‌ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

Leave A Reply

Your email address will not be published.