ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ
ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର ଆୟକର ଲାଗୁ କରାଯାଇନାହିଁ।
ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ ଯେଉଁମାନଙ୍କର ବାର୍ଷିକ ଆୟ ପ୍ରାୟ ୮୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନଙ୍କୁ ୫% ରୁ ୯% ପର୍ଯ୍ୟନ୍ତ ଆୟକର ଦେବାକୁ ପଡିବ। ଏହି ଟିକସ ପ୍ରତିବର୍ଷ ବୃଦ୍ଧି କରାଯିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି। ଓମାନରେ ବର୍ତ୍ତମାନ ପ୍ରାୟ ୬ ଲକ୍ଷ ଭାରତୀୟ କାମ କରୁଛନ୍ତି। ଏହି ନୂତନ ଆୟକର ଲାଗୁ ହେବାପରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ ଆର୍ଥିକ ବୋଝ ବଢିଯିବ। ପୂର୍ବରୁ ଓମାନରେ ୫% ଭ୍ୟାଟ ଏବଂ ୧୫% କର୍ପୋରେଟ୍ ଟିକସ ଲାଗୁ କରାଯାଇଛି।
ବର୍ତ୍ତମାନ୍ ଲାଗୁ କରାଯାଇଥିବା ଟିକସ ଅନୁଯାୟୀ
ଓମାନ: ୫% ଭ୍ୟାଟ୍, ୧୫% କର୍ପୋରେଟ୍ ଟିକସ, ୫-୯% ଆୟକର (୨୦୨୫ ରୁ କାର୍ଯ୍ୟକାରୀ)
UAE: ୫% ଭ୍ୟାଟ୍, ୯% ଆୟକର
ସାଉଦି ଆରବ: ୧୫% ଭ୍ୟାଟ୍, ୧୫% କର୍ପୋରେଟ୍ ଟିକସ
ବାହରାଇନ: ୧୦% ଭ୍ୟାଟ୍, ୧୦% କର୍ପୋରେଟ୍ ଟିକସ
କତାର: ୫% ଭ୍ୟାଟ୍
କୁଏତ: ୦% ଭ୍ୟାଟ୍
Comments are closed.