Latest Odisha News

BREAKING NEWS

ଯମୁନୋତ୍ରୀରେ ଭୂସ୍ଖଳନ; ଜଣେ ମୃତ,କିଛି ଯାତ୍ରୀ ଫସି ରହିଥିବା ଆଶଙ୍କା

ଉତ୍ତରାଖଣ୍ଡ: ଉତ୍ତରକାଶୀର ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାରେ ହଠାତ୍ ଭୂସ୍ଖଳନ ଯୋଗୁଁ ଯାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଅଘଟଣରେ ମାଟି ଅତଡା ତଳେ ୩ ଜଣ ଶ୍ରଦ୍ଧାଳୁ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି। ଜିଲ୍ଲା ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ଘଟଣାସ୍ଥଳରୁ ଛୋଟ ଝିଅର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ।

ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ, ଯମୁନୋତ୍ରୀ ଧାମ ପାଦଚଲା ପଥରେ ଭୈରବ ମନ୍ଦିର ନିକଟ ନୌ କୈଞ୍ଚିରେ ଭୂସ୍ଖଳନ ଘଟିଥିଲା । ପୋଲିସ ଏବଂ SDRF ଦଳ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ, ସୁରକ୍ଷା କାରଣରୁ ପୋଲିସ ନୌକୈଞ୍ଚି ନିକଟରେ ପଦଯାତ୍ରୀଙ୍କ ଚଳାଚଳକୁ ନିଷେଧ କରିଛି।

ପୋଲିସର ସୂଚନା ଅନୁଯାୟୀ, ପୋଲିସ ଏବଂ SDRF ଦ୍ୱାରା ଜଣେ ଯାତ୍ରୀଙ୍କୁ ଭଗ୍ନାବଶେଷ ମଧ୍ୟରୁ ବାହାର କରି ଆହତ ଅବସ୍ଥାରେ ଚିକିତ୍ସା ପାଇଁ PHC ଜାନକିଚଟ୍ଟି ପଠାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତର ହରଦେବ ସିଂହ ପନୱାର କହିଛନ୍ତି ଯେ ସେ ବିପଦମୁକ୍ତ ଅଛନ୍ତି ।

 

 

Comments are closed.