Latest Odisha News

BREAKING NEWS

ଇଂଲଣ୍ଡରୁ ଘରକୁ ଫେରିଲେ ହର୍ଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପରାଜୟବରଣ କରିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ବର୍ମିଂହାମରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣା ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ହର୍ଷିତ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ଏ ଟିମର ସଦସ୍ୟ ଥିଲେ । ସେଠାରେ ସେ ଭଲ ପ୍ରଦର୍ଶନ କରିବା ଯୋଗୁ ଅନ୍ୟ ଖେଳାଳିଙ୍କ ପ୍ରତ୍ୟାବର୍ତନ ସତ୍ୱେ ତାଙ୍କୁ ରହିବାକୁ କୁହା ଯାଇଥିଲା । କୌଣସି ବୋଲର ଆଘାତ ସମସ୍ୟାରେ ପଡିଥିଲେ ହର୍ଷିତଙ୍କୁ ସୁଯୋଗ ମିଳିଥାନ୍ତା । ଏବେ କୌଣସି ଖେଳାଳି ଅନଫିଟ ନ ଥିବାରୁ ତାଙ୍କ ରହିବା ଆବଶ୍ୟକତା ନାହିଁ ବୋଲି କୋଚ ଗୌତମ ଗମ୍ଭୀର ଜଣାଇ ସାରିଛନ୍ତି ।

ଲୀଡ୍ସରୁ ବସରେ ଭାରତୀୟ ଟିମ ବର୍ମିଂହାମ ଯାଇଥିଲେ । ହର୍ଷିତ ଏବେ ଭାରତ ପ୍ରତ୍ୟାବର୍ତନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ହର୍ଷିତ ଟେଷ୍ଟ ପଦାର୍ପଣ କରିଥିଲେ । ସେ ୨ଟି ମ୍ୟାଚରେ ୪ଟି ୱିକେଟ ନେଇଥିଲେ । ନିକଟରେ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଏବେ ୦-୧ ରେ ପଛୁଆ ରହିଛି ।

Comments are closed.