Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟରେ ଖେଳି ନ ପାରନ୍ତି ବୁମରାହ

ଏଜବାଷ୍ଟନ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଦ୍ୱିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଏହା ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏହି ମ୍ୟାଚରେ ଖେଳି ନ ପାରନ୍ତି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଥମ ଟେଷ୍ଟରେ ସେ ୮୩ ରନରେ ୫ଟି ୱିକେଟ ନେଇଥିଲେ । ତାଙ୍କ ପ୍ରଦର୍ଶନ ସତ୍ୱେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିଲା । ବୁମରାହ ଯଦି ନ ଖେଳିବେ ତେବେ ତାଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଘରୋଇ ଏବଂ ସୀମିତ ଓଭର ବିଶିଷ୍ଟ ମୁକାବିଲାରେ ସେ ପ୍ରଭାବିତ କରିଛନ୍ତି । ତାଙ୍କଠାରୁ ଟିମ ଇଣ୍ଡିଆ ଭଲ ବୋଲିଂ ପ୍ରଦର୍ଶନ ଆଶାରେ ରହିଛି ।

ବୁମରାହ ବର୍ଡର-ଗାଭସ୍କର ଟ୍ରଫିରେ ୪ ମ୍ୟାଚରେ ୩୦ରୁ ଅଧିକ ୱିକେଟ ନେଇଥିଲେ । ଏହା ସତ୍ୱେ ଭାରତ ଶୋଚନୀୟ ଭାବେ ସିରିଜ ପରାଜୟବରଣ କରିଥିଲା । ବୁମରାହଙ୍କ ନେତୃତ୍ୱରେ ଭାରତ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାଜିତ କରିଥିଲା । ବୁମରାହଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଦଳର ବୋଲିଂ ପ୍ରଦର୍ଶନକୁ ପ୍ରଭାବିତ କରିବ । ଅପରପକ୍ଷରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କିଛି ମାତ୍ରାରେ ଚାପମୁକ୍ତ ହୋଇ ଖେଳିବେ ।

Comments are closed.