ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନା ଜହାଁଙ୍କ ବିବାଦ ପୂନର୍ବାରେ ଚର୍ଚ୍ଚାରେ ରହିଛି । ନିକଟରେ କୋଲକାତା ହାଇକୋର୍ଟ ସାମୀଙ୍କୁ ହସୀନା ଏବଂ ତାଙ୍କ ଝିଅର ଭରଣ ପୋଷଣ ପାଇଁ ମାସକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଜୟ ହାସଲ କରିଥିବାରୁ ହସୀନା ସୋସିଆଲ ମିଡିଆରେ ସାମୀଙ୍କୁ ଛିଗୁଲାଇ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ପୋଷ୍ଟରେ ସାମୀଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି । ହସୀନା ଲେଖିଛନ୍ତି ଯେ, ଆଇ ଲଭ ୟୁ ଜାନ । ତୁମକୁ ମୋ ଭଳି ପତ୍ନୀ ମିଳିବେନି । ଯିଏକି ସମସ୍ତ ଉଦ୍ୟମରେ ସମ୍ପର୍କ ବଂଚାଇ ରଖିଛନ୍ତି । ବ୍ୟସ୍ତ ହୁଅନି, ମରିବା ପର୍ଯ୍ୟନ୍ତ ଆମ ସମ୍ପର୍କ ମଜଭୁତ ରହିବ । ତୁମକୁ ସମ୍ପର୍କ କିପରି ବଂଚି ରହିବ ସେଥିପାଇଁ ଉଦ୍ୟମ କରିବାକୁ ପଡିବ ।
୭ ବର୍ଷ ହେବ ଆମ ମଧ୍ୟରେ ଏହି ଲଢ଼େଇ ଚାଲିଛି । ତୁମର କିଛି ଲାଭ ହୋଇନି । ମୋତେ ଚରିତ୍ରହୀନ, ଲୋଭୀ ସହ ଅନେକ ଖରାପ ଢ଼ଙ୍ଗରେ ଚିତ୍ରଣ କରିଛ । କେତେ ଅପରାଧୀଙ୍କୁ ମାରିବା ପାଇଁ ଅର୍ଥ ଦେଇଛ । ଯେତେକ ଅର୍ଥ ତୁମେ ବେଶ୍ୟା, ଅପରାଧୀଙ୍କ ପଛରେ ଖର୍ଚ୍ଚ କରିଛ ତାହା ପତ୍ନୀ ଓ କନ୍ୟା ପଛରେ ଖର୍ଚ୍ଚ କରିଥିଲେ ଏକ ସମ୍ମାନଜନକ ଜୀବନ ସମସ୍ତେ କାଟିଥାନ୍ତେ । ଆଗକୁ ତୁମେ ଆହୁରି ଅପମାନିତ ହେବ । ଏ ଭଳି ଅନେକ କିଛି ହସୀନା ତାଙ୍କ ପୋଷ୍ଟରେ ଲେଖିଛନ୍ତି । ସମ୍ପୃକ୍ତ ଘଟଣାରେ ଏ ପର୍ଯ୍ୟନ୍ତ ସାମୀଙ୍କ କୌଣସି ବୟାନ କିମ୍ବା ପୋଷ୍ଟ ଆସିନି ।
Comments are closed.