Latest Odisha News

BREAKING NEWS

ବ୍ୟାଡମିଂଟନ ଖେଳାଳି ଜ୍ୱାଲା କାହିଁକି କହିଲେ ଅମୀରଙ୍କ ସହଯୋଗ ବିନା ମାଆ ହୋଇପାରି ନ ଥାନ୍ତି

ମାଡ୍ରାସ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବଂ ଅଭିନେତା ବିଷ୍ଣୁ ବିଶାଳ ନିକଟରେ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଉଭୟ ସମସ୍ତ ପ୍ରକାର ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନ ଥିଲେ । ଜ୍ୱାଲା ୫ରୁ ୬ଥର ଆଇଭିଏଫ ଟ୍ରିଟମେଂଟ କରି ମଧ୍ୟ ବିଫଳ ହୋଇଥିଲେ । ୪୧ ବର୍ଷୀୟ ଜ୍ୱାଲା ମାଆ ହେଇ ପାରିବେ ନାହିଁ ବୋଲି ଭାବି ନେଇଥିଲେ । ଏବେ ଏହି ସୌଭାଗ୍ୟ ହାସଲ କରିବା ପରେ ସେ ଏହାର ସମସ୍ତ ଶ୍ରେୟ ଅମୀର ଖାଁଙ୍କୁ ଦେଇଛନ୍ତି ।

ଅମୀର ଉଭୟଙ୍କୁ ମୁମ୍ବାଇର ଏକ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେ କହିଥିଲେ ଜ୍ୱାଲାଙ୍କୁ ୧୦ ମାସ ସମ୍ପୂର୍ଣ୍ଣ ଭାବେ ଟ୍ରିଟମେଂଟ ହେବାକୁ ପଡିବ । ଅମୀର ତାଙ୍କ ଘରେ ରହିବା ପାଇଁ ଜ୍ୱାଲା ଏବଂ ବିଶାଲଙ୍କୁ କହିଥିଲେ । ସେଠାରେ ସେ ପରିବାର ସଦସ୍ୟ ଭଳି ଚଳିଥିଲେ । ଆଜି ମୁଁ ଅମୀରଙ୍କ ସହଯୋଗ ଯୋଗୁ ମାଆ ହୋଇପାରିଛି ବୋଲି ଜ୍ୱାଲା କହିଛନ୍ତି । ସେମାନେ ତାଙ୍କ ଝିଅର ନାମ ମୀରା ରଖିଛନ୍ତି । ଜ୍ୱାଲା, ବିଷ୍ଣୁ ଅମୀର ଏବଂ ପରିବାର ସଦସ୍ୟଙ୍କ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Comments are closed.