ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗଞ୍ଜେଇ ଚାଲାଣ ହେବା ସନ୍ଦେହ କରି ଗାଡିକୁ ଚେକିଂ କରାଯାଇଥିଲା । ରେଙ୍ଗାଲି ତହସିଲ ନିକଟରେ ଚେକିଂ କରାଯାଉଥିବା ବେଳେ ଉକ୍ତ ଗାଡିରୁ ୧ କ୍ୱିଣ୍ଟାଲ ୧୦ କିଲୋ ରୂପା ଇଟା ଜବତ ହୋଇଛି । କାର ଭିତରେ ସିକ୍ରେଟ ଚାମ୍ବର କରି ରୂପା ଇଟା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଏହି ରୂପା ଇଟାକୁ ମାଫିଆମାନେ ରାଞ୍ଚିକୁ ଚାଲାଣ କରୁଥିଲେ ମାଫିଆ । ଏକ କାରକୁ ସୁନ୍ଦରଭାବେ ସଜ୍ଜିତ କରି ସେଥିରେ ରୂପା ଇଟା ନେଇ ଯାଉଥିଲେ । ତେବେ ଅବକାରୀ ବିଭାଗ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

Comments are closed.