ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗଞ୍ଜେଇ ଚାଲାଣ ହେବା ସନ୍ଦେହ କରି ଗାଡିକୁ ଚେକିଂ କରାଯାଇଥିଲା । ରେଙ୍ଗାଲି ତହସିଲ ନିକଟରେ ଚେକିଂ କରାଯାଉଥିବା ବେଳେ ଉକ୍ତ ଗାଡିରୁ ୧ କ୍ୱିଣ୍ଟାଲ ୧୦ କିଲୋ ରୂପା ଇଟା ଜବତ ହୋଇଛି । କାର ଭିତରେ ସିକ୍ରେଟ ଚାମ୍ବର କରି ରୂପା ଇଟା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଏହି ରୂପା ଇଟାକୁ ମାଫିଆମାନେ ରାଞ୍ଚିକୁ ଚାଲାଣ କରୁଥିଲେ ମାଫିଆ । ଏକ କାରକୁ ସୁନ୍ଦରଭାବେ ସଜ୍ଜିତ କରି ସେଥିରେ ରୂପା ଇଟା ନେଇ ଯାଉଥିଲେ । ତେବେ ଅବକାରୀ ବିଭାଗ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
BREAKING NEWS
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
Comments are closed.